ଦିଗପହଣ୍ଡି ଅବକାରୀ ପକ୍ଷରୁ ଚୋରାମଦ ଜବତ ; ୧ ଗିରଫ

0
348

ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସମୟରେ ବେଆଇନ ଚୋରାମଦ ବିକ୍ରି କରୁଥିବା ଅଭିଯୋଗରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଜଣେ ଯୁବକକୁ ଗିରଫ କରିଥିବା ବେଳେ ୨୦୦ ପ୍ୟାକେଟ ଚୋରାମଦ ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ହେଲେ ଦିଗପହଣ୍ଡି ରାଣୀସାହିର ଆଲୁ. ସନ୍ତୋଷ ବୋଲି ଜଣାପଡିଛି । ଖବରପ୍ରକାରେ , ଲକଡାଉନର ପ୍ରଭାବରେ ଜିଲ୍ଲାର ସମସ୍ତ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ମଦ ବିକ୍ରେତା ମାନେ । ମଙ୍ଗଳବାର ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ଏସ୍ଆଇ ଅଭିରାମ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ପେଟ୍ରୋଲି କରୁଥିବା ଅଭିଯୁକ୍ତ ଜଣଙ୍କ ସ୍ଥାନୀୟ ପେଣ୍ଡୁରାବନ୍ଧ ନିକଟରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ଖବରପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏନେଇ ଅବକାରୀ ମାମଲା ନଂ – ୧୨/୨୦-୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଧରପଗଡପରେଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here