ବ୍ରହ୍ମପୁର ଏସ.ପି ଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ

0
637

ବ୍ରହ୍ମପୁର ୨୩/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ଏସ ପି ଶ୍ରୀଯୁକ୍ତ ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଡିପିଓ ସମ୍ମିଳନୀ ଗୃହରେ ବ୍ରହ୍ମପୁର ପୋଲିସ ଦ୍ୱାରା ଏକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଅପରାଧ ତଥା ସମ୍ପତ୍ତିଗତ ଅପରାଧ ବିଷୟରେ ଆଲୋଚନା କରାଯାଇଥିଲା। ସମସ୍ତ ଥାନା ଅଧିକାରୀଙ୍କୁ ” ଆମ ପୋଲିସ ” ବିଷୟରେ ସମ୍ପୂର୍ଣ୍ଣ ରୂପେ ଅବଗତ କରାଯିବା ସହ ବରିଷ୍ଠ ନାଗରିକମାନଙ୍କ ସହିତ ଜଡ଼ିତ ଅତ୍ୟାଚାର ସମାଧାନ ପ୍ରତି ନିୟମିତ ଭାବେ ଦୃଷ୍ଟି ଦେବାକୁ ଆଦେଶ ଦିଆଯାଇଥିଲା।
ଏହା ବ୍ୟତୀତ ଏସ ପି ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିବା ଅନ୍ୟାନ୍ୟ ଅପରାଧ ଗୁଡିକର ସମାଧାନ କେତେଦୂର ପହଁଚିଛି ସମୀକ୍ଷା କରିଥିଲେ ଓ କେସ ଗୁଡିକୁ ଯଥାଶୀଘ୍ର ସମାଧାନ କରିବାକୁ ଆଦେଶ ଦେଇଥିଲେ। ଯଦ୍ୱାରା ଆଗକୁ ଅପରାଧୀ ମାନଙ୍କର ତଥ୍ୟ ଓ କେସ ଜଡିତ ନଥିପତ୍ରକୁ ଡିଜିଟାଲାଇଜେସନ କରାଯାଇପାରିବ।
ଏହି ବୈଠକରେ ଏ ଏସ ପି ଶ୍ରୀପ୍ରଭାତ ରାଉତରାୟ,ଶ୍ରୀ ମାୟାଧର ସେଠୀ, ଏସ ଡି ପି ଓ ଶ୍ରୀ ବି ପି ପତି, ଶ୍ରୀ ଯେ କେ ମହାପାତ୍ର, ଶ୍ରୀ ସୁରେନ୍ଦ୍ର ମୂର୍ମୁ, ଡି ଏସ ପି(ଡି ଆଇ ବି ) ଶ୍ରୀ ଅଜୟ ମିଶ୍ର, ଡି ଏସ ପି ଶ୍ରୀ ଜେ କେ ପଟ୍ଟନାୟକ ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here