ଘୁମୁସର ବନାଞ୍ଚଳ ଜାହାଡା ଠାରେ ବହୁମୂଲ୍ୟ କାଠ ଜବତ

0
413

ଆସ୍କା(ଜଗନ ପଣ୍ଡା)ଦକ୍ଷିଣ ଘୁମୁସର ବନାଞ୍ଚଳ ଜାହାଡା ଠାରେ ବହୁମୂଲ୍ୟ କାଠ ଜବତ। ଆସିକା ରେଞ୍ଜର ଷ୍ଟାପ୍ ଏବଂ ସୋରଡା ରେଞ୍ଜର ଷ୍ଟାପ୍ ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କାର କାଠ ଜବତ କରିଥିବା ଜଣାପଡିଛି। ପିକ୍ ଅପ୍ ଭ୍ୟାନ ଗମ୍ଭାରୀ ଓ ଶାଗୁଆନ ଆନୁମାନିକ ମୂଲ୍ୟ ଏକ ଲକ୍ଷ ସତୁରୀ ହଜାର ଏବଂ ୪୦୦ଗୋଟି ଶାଳିଆ ବାଉଁଶ ମୂଲ୍ୟ ପ୍ରାୟ କୋଡିଏ ହଜାର ଟଙ୍କାର କାଠ ଜବତ କରିଛି ଘୁମୁସର ବନାଞ୍ଚଳ ରେଞ୍ଜର ଷ୍ଟାପ୍।କେସ୍ ନମ୍ବର ୧୩/୨୦=୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଅପରେଶନ ଆସିକା ରେଞ୍ଜର ପି. କେ ସାହୁଙ୍କ ନେତୃତ୍ୱରେ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here