ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଓକିଲ ସଂଘର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

0
724

ବ୍ରହ୍ମପୁର ୨୩/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଓକିଲ ସଂଘ ସୋମବାର ଦିନ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଏକ ସ୍ମାରକପତ୍ର ଦେଇଥିଲେ। ଏଥିରେ ବ୍ରହ୍ମପୁର, କୁକୁଡାଖଣ୍ଡି ଓ କନିଷି ତହସିଲ କାର୍ଯ୍ୟାଳୟରେ ମ୍ୟୁଟେସନ ମାମଲାର ଶୁଣାଣି ହେଉନି ବୋଲି ଅଭିଯୋଗ ହୋଇଥିଲା। ଗଞ୍ଜାମ ଓକିଲ ସଂଘର ଅଭିଯୋଗ ଗୁଡ଼ିକ ହେଲା
୧ .ତହସିଲଦାରମାନେ ଅନେକ ମାସ ଧରି ଦାଖଲ ହୋଇଥିବା ମାମଲା ଗୁଡିକର ଶୁଣାଣି କରୁନାହାନ୍ତି।
୨. ଓକିଲମାନଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲା ଗୁଡିକ ବିନା ସୂଚନାରେ ଖାରଜ କରିଦେଉଛନ୍ତି।
୩. ତହସିଲଦାର ମାନେ କୋର୍ଟକୁ ଆସୁନାହାନ୍ତି ଓ ସମ୍ପୃକ୍ତ ମାମଲାର କୌଣସି ତଥ୍ୟ ଦେଉନାହାନ୍ତି।
୪. ଫେବୃଆରୀ ମାସଠାରୁ ବେବନ୍ଦୋବସ୍ତ କାର୍ଯ୍ୟାଳୟରେ ନୂତନ କମିଶନର ନିଯୁକ୍ତି ହୋଇ ନ ଥିବାରୁ ଅତିରିକ୍ତ କମିଶନର କୋର୍ଟ ଠିକ ଭାବେ କାର୍ଯ୍ୟ ସମ୍ପାଦନ କରୁ ନାହିଁ।
୫. ଅତିରିକ୍ତ କମିଶନଙ୍କ କୋର୍ଟରେ ଦାଖଲ ମମାଲଗୁଡିକର ଦରକାରୀ ତଥ୍ୟ ସମ୍ପୃକ୍ତ ତହସିଲଦାରମାନେ ଠିକ ସମୟରେ ଦେଉନାହାନ୍ତି ବା ମାମଲାର ଶୁଣାଣି ପରେ ଦେଉଛନ୍ତି, ଯାହାର କୌଣସି ମୂଲ୍ୟ ରହୁ ନାହିଁ।
ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ଗଞ୍ଜାମ ଓକିଲ ସଂଘର ଉପସଭାପତି ଶ୍ରୀ ଚିତ୍ତରଞ୍ଜନ ଶତପଥୀ, ସମ୍ପାଦକ ଶ୍ରୀ କୈଳାସ ପାଣିଗ୍ରାହି, ସହସମ୍ପାଦକ ଶ୍ରୀ କିରଣ ମଣ୍ଡଳ ଓ ଅନ୍ୟ ଆଇନଜୀବୀ ମାନଙ୍କ ମଧ୍ୟରେ ଚିରଞିତ ରାଜଗୁରୁ,ଯୋଗୀ ନାହାକ, କୁନାଲ ସାହୁ, ମୋନୋଜ ପଣ୍ଡା , ସୁରେନ୍ଦ୍ର ସାହୁ, ରାମ ପଣ୍ଡା , ଓ ଅନ୍ୟାନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।ଏହିସବୁ ଅଭିଯୋଗ ଗୁଡିକ ଅବଗତ କରାଇଲେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଲେ।

LEAVE A REPLY

Please enter your comment!
Please enter your name here