ବ୍ରହ୍ମପୁର RPF ର ପ୍ରଶଂସନୀୟ କାର୍ଯ୍ୟ

0
726

ବ୍ରହ୍ମପୁର 23/07(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଗତକାଲି ବ୍ରହ୍ମପୁର RPF ଦଲାରୀ କାମରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ବ୍ୟକ୍ତିକୁ ରିଜର୍ବେସନ କାଉଣ୍ଟର ନିକଟରୁ ଗିରଫ କରିଥିଲା। ସେ ଅମୃତ କୁମାର ସାହୁ ବୋଲି ଜଣା ପଡିଥିଲା। ତଲାସୀ କରିବା ସମୟରେ ତାଙ୍କ ପାଖରୁ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୪ଟି ଭିନ୍ନ ଭିନ୍ନ ଟ୍ରେନର ଟିକଟ, ତାଙ୍କ ମୋବାଇଲ ଫୋନରେ ୪ଟି ନୂତନ ଇ-ଟିକଟ ଓ ୨ଟି ପୁରୁଣା ଇ-ଟିକଟ ମିଳିଥିଲା। ଯାହାକି ତାଙ୍କ ବ୍ୟକ୍ତିଗତ ପରିଚୟ ପତ୍ରରୁ ବୁକ କରାଯାଇଥିଲା ଓ ଏହାର ମୂଲ୍ୟ ଟ୬୨୬୫ ଥିଲା ।ଏହାକୁ ଭିତ୍ତି କରି RPF ୧୪୩ ଧାରା ଅନୁସାରେ ଏକ କେସ ରୁଜୁ ହୋଇଛି।

ଅନ୍ୟ ଏକ ଘଟଣାରେ ବ୍ରହ୍ମପୁର RPF ବ୍ରହ୍ମପୁର ଷ୍ଟେସନରେ ଥିବା ୧ ନମ୍ବର ଯାତ୍ରୀ ବିଶ୍ରାମାଗାରରୁ ଚୋରି କରୁଥିବା ଏକ ବ୍ୟକ୍ତିକୁ ଗିରଫ କରିଥିଲା। ସେ ବ୍ରହ୍ମପୁର ଚର୍ଚ୍ଚ ରୋଡ଼ ସ୍ଥିତ ତେଲି ସାହିର ବିଜୟ ବେହେରା ବୋଲି ଜଣାପଡ଼ିଛି। ସେ ନାରାୟଣ ନାମକ ୬୦ ବର୍ଷ ବୟସ୍କ ବ୍ୟକ୍ତି ଠାରୁ ୧୦,୦୦୦ ଟଙ୍କା ଚୋରିକରିଥିବା ଜଣାପଡିଥିଲା ଓ ଅପରାଧୀ ଠାରୁ ସମସ୍ତ ଟଙ୍କା RPF ଦ୍ୱାରା ଉଦ୍ଧାର କରାଯାଇଥିଲା। ୩୮୦/୪୧୧ IPC ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଅପରାଧୀକୁ କୋର୍ଟ ଚାଲାଣ କରାଯାଇଛି।

ଛତ୍ରପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ RPF କନଷ୍ଟେବଲ ଏସ କେ ସାହୂ ସକାଳ ପ୍ରାୟ ଘ୬:୫୦ମି ସମୟରେ ଜଣେ ବୃଦ୍ଧାଙ୍କୁ ବେଞ୍ଚ ଉପରେ ଶୋଇ ରହିଥିବା ଦେଖିଥିଲେ। ବୃଦ୍ଧା ଜଣକ ଶ୍ରୀମତୀ ଗୌରେଶ୍ୱରୀ ପଟ୍ଟନାୟକ, ବୟସ ୬୦ ବର୍ଷ ଓ ତାଙ୍କ ଘର ଛତ୍ରପୁର ସ୍ଥିତ ପାର୍କ ସାହି, ଷ୍ଟେସନ ରୋଡ଼ରେ ବୋଲି ଜଣାପଡ଼ିଥିଲା।ସେ ଅସୁସ୍ଥ ଥିବା ଜଣାପଡିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଛତ୍ରପୁର ସରକାରୀ ଚିକିତ୍ସାଳୟର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। RPF ଏ ଏସ ଆଇ ଏସ ଏ ପାତ୍ର, ମହିଳା କନଷ୍ଟେବଲ ମନେଶ୍ୱରୀ ଓ କନଷ୍ଟେବଲ ଏସ କେ ସାହୂ ବୃଦ୍ଧାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ନେବାରେ ସାହାଯ୍ୟ କରିଥିଲେ ଓ ଆବଶ୍ୟକ ଚିକିତ୍ସା ଯୋଗାଇଥିଲେ। ସୁସ୍ଥ ହେବାପରେ ଜଣାପଡିଥିଲା ଯେ ସେ ବିଶାଖାପାଟଣାରୁ ଆସୁଥିଲେ। ଦିନ ୧୨ ଟା ସମୟରେ ତାଙ୍କୁ ତାଙ୍କ ଭଡାଘର ମାଲିକଙ୍କ ତତ୍ତ୍ୱାବଧାନରେ ଛାଡିଦିଆଯାଇଥିଲା। RPF ଅଧିକାରୀ ବୃଦ୍ଧାଙ୍କ ଭେନିଟି ବ୍ୟାଗ ମଧ୍ୟ ଉଦ୍ଧାର କରିଥିଲେ, ଯେଉଁଥିରେ ୨ଟି ସୁନା ଚେନ ଥିଲା ଓ ନଗଦ ୭୩୫୦ ଟଙ୍କା ଥିଲା।ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ ଟଙ୍କା ବୋଲି ଜଣାପଡିଛି।ତାହା ବୃଦ୍ଧାଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here