ବିଜୁ ଶ୍ରାଦ୍ଧ ବାର୍ଷିକୀରେ ରକ୍ତ ଦାନ କଲେ ବିଜୁ ପ୍ରେମୀ

0
342

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ପୁଣ୍ୟତିଥୀ ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ରଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଯୁବ ବିଜୁ ପ୍ରେମୀ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବା ସହ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ବିଜୁପ୍ରେମୀ ମାନେ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ଶିବିରରୁ ୧୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ କାହ୍ନୁ ପାତ୍ରଙ୍କ ସମେତ ବିଭୁତି ଜେନା , ବାବୁଲା ପ୍ରଧାନ , ରାମକୃଷ୍ଣ ପରିଡା , ଅମିତ ସାହୁ , ମନୋଜ ପ୍ରଧାନ , ଚିତ୍ରସେନ ଭୋଳ , ଜିତେନ୍ଦ୍ର ବିଷୋୟୀ ଓ ଭିମା ପଟନାୟକ ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here