ଚନ୍ଦ୍ରଗିରି ବନାଞ୍ଚଳର ବିଭିନ୍ନ ଗାଁରେ ହାତୀ ଉପଦ୍ରବ

0
485

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗତ ୩ ଦିନ ଧରି ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ବଡପଦା, ସିନ୍ଧବା, ତମ୍ପା, କୁମୁଟି ପଙ୍କାଳ ଏସବୁ ଗାଁ ଗୁଡିକରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲରେ ୪ଟି ଛୁଆ, ଦୁଇଟି ଦନ୍ତା ଏବଂ ୯ଟି ମାଇଁହାତୀ ରହିଥିବା ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି l୧୫ ଟିକିଆ ହାତୀପଲ ବଡ଼ପଦା ଗାଁ ନିକଟରେ ଥିବା କିଛି ଚାଷୀଙ୍କ ଆମ୍ବ, ପଣସ ଗଛ ନଷ୍ଟ କରିଦେଇଛିନ୍ତି। ଗଞ୍ଜାମ ଜ଼ିଲ୍ଲା ଘୋଡ଼ାହାଡ଼ ଡ୍ୟାମ ତଟରୁ ହାତୀପଲ ଖାଦ୍ୟ ସନ୍ଧାନରେ ଆସିଥିବା ବେଳେ ଲଖାରୀ ଜଙ୍ଗଲର ପ୍ରାରମ୍ଭ ରୁ ମାତ୍ର ୬କିଲୋମିଟର ଦୂରରେ ରହିଛନ୍ତି l ହାତୀଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବେଳେ, କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି ଗଜପତି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here