ସରପଞ୍ଚଙ୍କ ଦ୍ୱାରା ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କୁ ମାସ୍କ,ସାନିଟାଇଜର ପ୍ରଦାନ; ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

0
437

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର କାର୍ଯ୍ୟରତ କୋଭିଡ ୧୯ ଯୋଦ୍ଧା ତଥା ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ଯୋଗ୍ୟ ବିବେଚିତ ଅସହାୟ ଗରିବ ହିତାଧିକାରୀଙ୍କୁ ସହାୟତା ଅର୍ଥରାଶି ବଣ୍ଟନ କରିଛନ୍ତି । ଶୁକ୍ରବାର ଦିନ ପଞ୍ଚାୟତ ଅଧିନରେ ଥିବା ଗ୍ରାମ ଗୁଡିକରେ ସରକାରଙ୍କ ନିୟମକୁ ପାଳନ କରି ଅନ୍ୟ ମାନଙ୍କୁ ସଚେତନ କରାଉଥିବା ଅଙ୍ଗନବାଡି ଓ ଆଶାକର୍ମୀ ମାନଙ୍କ ଗହଣରେ ସରପଞ୍ଚ ଶ୍ରୀ ମହାପାତ୍ର ପହଞ୍ଚି ମାସ୍କ ଓ ସାନିଟାଇଜର ବ୍ୟବହାର କରି ଲୋକମାନଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତର ୬ଟି ଗ୍ରାମରେ ବାସ କରୁଥିବା ଅସହାୟ ୧୩୩୦ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଓ ୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା , ଯୋଗାଣ ସହାୟକ ଭଗବାନ ଗୈାଡ , ସମିତି ସଭ୍ୟ ପ୍ରତିନିଧି ରମାକାନ୍ତ ମହାଙ୍କୁଡ ପ୍ରମୁଖ ସହ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ସହଯୋଗ କରୁଥିଲେ ।

LEAVE A REPLY

Please enter your comment!
Please enter your name here