ଡ଼ି.ଏ.ଭି ପବ୍ଲିକ ସ୍କୁଲର ଗାଇଡ଼ ଛାତ୍ରୀମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ; କଲେ ରାସ୍ତା ମରାମତି

0
959

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଡ଼ି.ଏ.ଭି ପବ୍ଲିକ ସ୍କୁଲର ଗାଇଡ଼ ଛାତ୍ରୀମାନେ ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଗୋଶାଣୀନୂଆଗାଁ ଥାନା ସମ୍ମୁଖରେ ଥିବା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମରାମତି କରିଥିଲେ | ଏହି ରାସ୍ତାରେ ବଡ ବଡ ଖାଲ ହୋଇ ଅପରିଷ୍କାର ଓ କଦର୍ଯ୍ୟ ପରିବେଶ ସୃଷ୍ଟି ହୋଇଥିଲା | ଜଗନ୍ନାଥ ମନ୍ଦିର ଠାରୁ ଅନ୍ଧପସରା ଛକ ପର୍ଯ୍ୟନ୍ତ ଏହି ରାସ୍ତା ମରଣଯନ୍ତା ପାଲଟିଯାଇଥିଲା |

ପ୍ରତ୍ୟେକ ଦିନ ଶହ ଶହ ଯାନବାହାନ,ବିଭିନ୍ନ ବିଦ୍ୟାଳୟର ବସ,ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଯାତାୟାତ କରୁଥିଲେ | ଛୋଟ ଓ ବଡ ଦୁର୍ଘଟଣା ସତେ ଯେମିତି ସମସ୍ତଙ୍କୁ ଏଠାରେ ଅପେକ୍ଷା କରୁଥିଲା | ଅନେକ ଥର ପୁର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ | ଡ଼ି.ଏ.ଭି ପବ୍ଲିକ ସ୍କୁଲର ଗାଇଡ଼ ଛାତ୍ରୀମାନେ ଶ୍ରମଦାନ କରି ଏହି ଖାତ ଗୁଡିକୁ ମାଟି ଭରିଥିଲେ | ଏହା ଦ୍ୱାରା ବ୍ରହ୍ମପୁର ବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ପ୍ରଶାସନଙ୍କ ନିକଟରେ ଉଦାହରଣ ସୃଷ୍ଟି କରିଛନ୍ତି | ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ଧାରାଶ୍ରୀ ପାଢ଼ୀଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଗାଇଡ଼ କେପଟନ ସୁଶ୍ରୀ ସ୍ୱପ୍ନା ରାଣୀ ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ | ଶିକ୍ଷକ ଶ୍ରୀ ସମୀର ପାଣିଗ୍ରାହୀ ଏଥିରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here