ଦିଗପହଣ୍ଡି ପୋଲିସ ଦ୍ୱାରା ସ୍କୁଟି ସହ ୫୦ଲିଟର ଦେଶୀମଦ ଜବତ;୨ ଗିରଫ

0
379

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା/ ଉମ ଶଙ୍କର ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି – ଚିକିଟି ମୁଖ୍ୟ ରାସ୍ତାରୁ ଦୁଇଟି ବସ୍ତାରେ ଥିବା ୫୦ଲିଟର ଦେଶୀମଦ,ଏକ ସ୍କୁଟି (ଓଡି୦୭ ଟି ୯୫୩୮) ଜବତ କରିବା ସହ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ କରୋନା ଲକଡାଉନ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଦିଗପହଣ୍ଡି – ଚିକିଟି ମୁଖ୍ୟ ରାସ୍ତାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ ଦିଗପହଣ୍ଡି ଅଞ୍ଚଳର ସିମାଞ୍ଚଳ ଚୌଧୁରୀ ଓ ଜଗା ବାଡତୀୟା । ସମଗ୍ର ଦେଶ ତଥା ରାଜ୍ୟରେ ଲକଡାଉନ କଟକଣା ଜାରି ହୋଇଥିବା ବେଳେ ପୋଲିସ ଜନସାଧାରଣଙ୍କୁ ସଚେତନ କରାଉଥିଲେ ମଧ୍ୟ ଏହି କଟକଣାକ ଅବମାନନା କରି କିଛି ଅମାନିଆ ଯୁବକ ଲକଡ଼ାଉନର ଫାଇଦା ଉଠାଇ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ଜଣାପଡୁଛି ଏ ନେଇ ଦିଗପହଣ୍ଡି ଥାନା ମାମଲା ନଂ ୮୩/୨୦୨୦ ଏବଂ ଲକଡାଉନ ଆଇନ ଉଲ୍ଲଂଘନ ଦଫା ଆଇପିସି ସମେତ ଅବକାରୀ ଆଇନର ଧାରା ୫୨ (ପ) ଅନୁସାରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here