୧୪ ଖଣ୍ଡ ଆମ୍ବ ପଟା ସହ ଅଟୋ ଜବତ

0
277

ବୁଗୁଡା(ଅନିଲ କୁମାର ମହାରଣା ) ଦକ୍ଷିଣ ଘୁମୁସର ବନଖଣ୍ଡ, ବୁଗୁଡା ବନାଞ୍ଚଳ, ମାଣିତରା ସେକ୍ସନ ଅନ୍ତର୍ଗତ ନଗୁଡୁ ଗ୍ରାମ ନିକଟରେ ୧୪ ଖଣ୍ଡ ଆମ୍ବ ପଟା ବୋଝେଇ ହୋଇ OR 2 BW 8975 ରେଜିଷ୍ଟ୍ରେସନ ନମ୍ବର ଡ଼ାଲା ଅଟୋରେ ଚୋରା ଚାଲାଣ ବେଳେ ପଟା ସହ ଅଟୋ ଜବତ ହୋଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ସେକ୍ସନ ବନପାଳ ସରସ୍ୱତୀ ନାୟକ, ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଓ ପରାଫରେଷ୍ଟର ଷ୍ଟାପ ନଗୁଡୁ ଜଙ୍ଗଲରେ ଲାଗିଥିବା ନିଆଁକୁ ରାତିସାରା ଚେଷ୍ଟା କରି ଲିଭାଇ ଭୋରରୁ ଫେରିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଦେଖି ନଗୁଡୁ ନିକଟରେ ଆମ୍ବ ପଟା ବୋଝେଇ ଅଟୋକୁ ଛାଡ଼ିଦେଇ ଗାଡି ଚାଳକ ଦୌଡି ପଳାଇ ଥିଲେ। ବୁଗୁଡା ଷ୍ଟାପ ପହଞ୍ଚି ପଟା ବୋଝେଇ ଅଟୋକୁ ଜବତ କରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ଓଆର କେଶ ନମ୍ବର ୫୪୫/ ୨୦୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here