ବିଡ଼ିଓଙ୍କ ଦ୍ୱାରା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ତଥା ଟଙ୍କା ପ୍ରଦାନ

0
370

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଏସ୍.ଟିକରପଡା ପଞ୍ଚାୟତ ଅଧିନରେ ଥିବା ଗ୍ରାମମାନଙ୍କରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର କରୋନା ପ୍ରଭାବରେ ସରକାର ପକ୍ଷରୁ ଘୋଷିତ ହୋଇଥିବା ସହାୟତା ରାଶି ଗରିବ ହିତାଧିକାରୀ ସଠିକ ରୂପେ ପାଉଛନ୍ତି କି ନାହିଁ ତାହାର ସମୀକ୍ଷା କରିବା ସହ କିଛି ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କରିଛନ୍ତି । ଖବରପ୍ରକାରେ,ଗତକାଲି ପଞ୍ଚାୟତ ଅଧୀନସ୍ଥ ବାଲିପାଟ,ଜୁଆଣପଲ୍ଲୀ ଆଦିବାସୀ ସାହି,ବାବୁଲିବନ୍ଧ ଆଦି ଗ୍ରାମରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା,ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଏବଂ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପ୍ରଦାନ କରାଯାଉଥିବା ସମୟରେ ବିଡ଼ିଓ ଶ୍ରୀ ଶବର ଗ୍ରାମରେ ପହଞ୍ଚି ସ୍ଥିତି ପରଖିବା ସହ ଗରୀବ ଲୋକମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚାୟତବାସୀଙ୍କୁ କରୋନା ଠାରୁ ମୁକ୍ତ ରହିବା ନିମନ୍ତେ ସାମାଜିକ ଦୂରତା ରକ୍ଷା କରି ଲକଡାଉନ କଟକଣାକୁ ପାଳନ କରିବା ପାଇଁ ସଚେତନ କରାଇଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସମବାୟ ସମିତି ସଭାପତି ମନୋଜ ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଡଙ୍କୁ ବେହେରା , ଗ୍ରାମ ରୋଜଗାର ସେବକ ବିଦ୍ୟାଧର ମହାରଣା , ଲକ୍ଷ୍ମୀ ଚରଣ ମିଶ୍ର , ବିଟିସି ପ୍ରଶାନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମ କରୁଥିବା ବେଳେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ସହଯୋଗ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here