ଅନଲାଇନ ଖେଳକୁ ନେଇ ଶିକ୍ଷିତ ଦାମ୍ପତ୍ୟ ଜୀବନରେ କଳହ : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

0
237

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ସୋମବାର ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅନଲାଇନ ଖେଳକୁ କେନ୍ଦ୍ରକରି ଲାଗି ରହିଥିଲା ଉଭୟ ଦାମ୍ପତ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ । ଯାହାକୁ ନେଇ ଆଜି ସ୍ତ୍ରୀ ତଥା ଶିକ୍ଷୟତ୍ରୀ ନିଳେନ୍ଦ୍ରୀ ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଥିବା ବେଳେ ସ୍ବାମୀ ତଥା ଶିକ୍ଷକ ଜୟସେନ ମହାନ୍ତି ଗୁରୁତର ଭାବେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଖବରନୁଯାୟୀ , ଶେରଗଡ଼ ବ୍ଳକ ଗୋଠ ଗାଁ ର ଶିକ୍ଷୟିତ୍ରୀ ଜଣକ ଦୁଇ ବର୍ଷ ତଳେ ଜୟସେନଙ୍କୁ ବିବାହ କରିଥିଲେ । ଜୟସେନ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ମୃତ ସ୍ତ୍ରୀ ଜଣକ କୋରାପୁଟ ଅଞ୍ଚଳରେ ଏକ ବିଦ୍ୟାଳୟରେ ଚାକିରି କରୁଥିଲେ । ତେବେ ସ୍ତ୍ରୀ ଏକ ଭୋଜି କାର୍ଯ୍ୟରେ ଯୋଗ ଦେବାପାଇଁ ଆସିଥିବା ଜଣାପଡିଛି । ଏପଟେ ସ୍ବାମୀ ଅନଲାଇନ ଗେମ୍ ଖେଳି ଟଙ୍କା ବାକି ରହିଥିବା ଖବର ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପୂର୍ବରୁ କଳହ ଲାଗି ରହିଥିଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ତେବେ କୈାଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯାହାକି ଆଜି ଏଭଳି ଘଟଣା ଘଟିଥିଲା । ସକାଳୁ ଜୟସେନର ମା କବାଟ ବାଡେଇଥିଲେ ମଧ୍ୟ କବାଟ ନ ଖୋଲିବାରୁ ମାଙ୍କ ସନ୍ଦେହ ହେବାରୁ ଗ୍ରାମବାସୀଙ୍କୁ ଡାକିଥିଲେ । ଏହାପରେ ଗ୍ରାମବାସୀଙ୍କ ସହାୟତାରେ କବାଟ ଭଙ୍ଗାଯିବା ପରେ ନିଳେନ୍ଦ୍ରୀର ମୃତ ଝୁଲୁଥିବା ବେଳେ ପୁଅ ଜୟସେନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଜୟସେନଙ୍କୁ ଆମ୍ବୁଲାନ୍ସ ସହାୟତାରେ ବ୍ରହ୍ମପୁର ପଠାଇଥିବା ବେଳେ ନିଳେନ୍ଦ୍ରୀର ଶବ ଜବତ କରି ଏକ ମାମଲା ରୁଜୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here