ଗଡ ଗୋବିନ୍ଦପୁର ପଞ୍ଚାୟତରେ ରାସନକାର୍ଡ ଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

0
333

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କରୋନା ମହାମାରୀକୁ ନେଇ ରାଜ୍ୟରେ ଲକଡାଉନ କଟକଣା ଜାରି ପରଠାରୁ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ରାଶି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗଡ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଗ୍ରାମରେ ରହୁଥିବା ରାସନ କାର୍ଡ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯ ପାଇଁ ପୂର୍ବରୁ ଘୋଷଣା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା , ଗ୍ରାମ ରୋଜଗାର ସେବକ ତପନ କୁମାର ସାହୁ , ଯୋଗାଣ ସହାୟକ ସନ୍ତୋଷ ବେହେରା ପଞ୍ଚାୟତ ଅଧିନରେ ଥିବା ଡାବାରା ସିଂ , ଗଡ ଗୋବିନ୍ଦପୁର , ଧାନରାଶି , କଳିଙ୍ଗଦଳା ଆଦି ଗ୍ରାମରେ ପହଞ୍ଚି ଯୋଗ୍ଯ ବିବେଚିତ ୧୧୫ ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଓ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ସହଯୋଗ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here