ଘରୋଇ ହିଂସାର ଶିକାର ହୋଇଥିବା ମହିଳାମାନେ ପୋଲିସ ଥାନାକୁ ନ ଆସି କରିପାରିବେ ଅଭିଯୋଗ

0
421

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା ) : : ସାରା ଦେଶ ତଥା ରାଜ୍ୟରେ କରନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଜାରୀ ରଖାଯାଇଥିବା ବେଳେ ରାଜ୍ୟଗୁଡ଼ିକରେ ଘରୋଇ ହିଂସା ବଢ଼ିଚାଲିଛି । ଓଡ଼ିଶାରେ ମଧ୍ୟ ଏଭଳି ହିଂସା ଘଟୁଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୋଲିସ ଡିଜିପି ନିମ୍ନଲିଖିତ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।
୧. ଘରୋଇ ହିଂସା ଅଭିଯୋଗକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ତେବେ ଏ ପର୍ଯ୍ୟନ୍ତ ଏସମ୍ପର୍କିତ ଅଭିଯୋଗ ସଂଖ୍ୟା ବୃଦ୍ଧି ହେବାର କୌଣସି ସୂଚନା ଆସିନି କିନ୍ତୁ ସଜାଗ ରହିବା ଜରୁରୀ ।
୨.ଏ ସମ୍ପର୍କିରେ ଅଭିଯୋଗ ଦାୟର କରିବା ନେଇ ବିଭିନ୍ନ ଥାନା, ଜିଲ୍ଲା କଣ୍ଟ୍ରୋଲ ରୁମ୍ର ନମ୍ୱରକୁ ମିଶାଇ ମୋଟ ୬୦୦ରୁ ଊର୍ଦ୍ଧ୍ୱ ନମ୍ୱର ଜାରି କରାଯାଇଛି । ଏହି ନମ୍ବର ଗୁଡିକ ବିଷୟରେ ଅଧିକରୁ ଅଧିକ ପ୍ରଚାର ଆବଶ୍ୟକ ଯଦ୍ୱାରା ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନେ ଏହି ନମ୍ୱରଗୁଡିକୁ ବ୍ୟବହାର କରିପାରିବେ ।
୩. ଲକ ଡାଉନ ସମୟରେ ଅଭିଯୋଗ ଦାଏର କରିବା ପାଇଁ ଘରୋଇ ହିଂସାର ଶିକାର ହୋଇଥିବା ମହିଳାମାନେ ପୋଲିସ ଥାନାକୁ ଆସିବା ଦରକାର ନାହିଁ,ଫୋନେ ଯୋଗେ ଅଭିଯୋଗ ପାଇବାପରେ ପୋଲିସ ନିଜେ ଘଟଣା ସ୍ଥଳକୁ ଯାଇ ଅଭିଯୋଗ ଗ୍ରହଣ କରିବା ସହ ଦରକାରୀ ପଦକ୍ଷେପ ନେବ । ପୀଡ଼ିତା ଓଡ଼ିଶା ପୋଲିସ ସିଟିଜନ୍ ପୋର୍ଟାଲ ଏବଂ ସାହାଯ୍ୟ ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ।
୪. ଲକ ଡାଉନ ସମୟର ସମସ୍ତ ଘରୋଇ ହିଂସାର ଡି.ଏସ.ପିଙ୍କ ତତ୍ୱାବଧାନରେ ଏସ.ଆଇ ତଦନ୍ତ କରିବେ ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ ଦ୍ୱାରା ଘରୋଇ ହିଂସାର ଅଭିଯୋଗ ଓ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ସେଲ ଡିପିଓରେ ଖୋଲାଯାଇଛି । ଅତିରିକ୍ତ ଏସ.ପିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ହେଲ୍ପ ଲାଇନ ଯୋଗେ କିମ୍ବା ୧୦୦ ନମ୍ବରରେ ଫୋନ କରି ଘରୋଇ ହିଂସା ପୀଡିତା ଅଭିଯୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here