ନ୍ୟାସନାଲ ଜୋଗ୍ରାଫି ଚ୍ୟାନେଲରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ

0
684

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛି । ଓଡିଶାର ବାତ୍ୟା ମୁକାବିଲା ଅନ୍ୟ ରାଜ୍ୟ ଓ ଦେଶ ପାଇଁ ମଡେଲ ହୋଇଛି । ରାଜ୍ୟ ସରକାରଙ୍କ ଏହି ମୁକାବିଲା ମଡେଲକୁ ନେଇ ନ୍ୟାସନାଲ ଜୋଗ୍ରାଫି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୨୭ ତାରିଖ ରାତି 9ଟାରେ ଏହା ନ୍ୟାସନାଲ ଜୋଗ୍ରାଫି ଚ୍ୟାନେଲରେ ପ୍ରସାରିତ ହେବ ।

LEAVE A REPLY

Please enter your comment!
Please enter your name here