ପରିଣତ ବୟସରେ ବି ସରକାରୀ ସହାୟତା ରୁ ବଞ୍ଚିତ ଦୁଇ ବୃଦ୍ଧା ବିଧବା ମହିଳା

0
279

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା)ଗରିବଙ୍କ ପାଇଁ କରାଯାଇଛି ମାଳ ମାଳ ଯୋଜନା ଅସହାୟ ବିଧବା ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ହେଲେ ଯୋଜନାର ଫାଇଦା ଉଠାଇ ପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ । କିଛି ଦାୟିତ୍ବହୀନତା ଅଧୁକାରୀଙ୍କ ପାଇଁ ବୃଦ୍ଧ ବିଧବା ମହିଳା ମାନେ ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହୋଇରହିଛନ୍ତି । ଏପରି ଏକ ଉଦାହରଣ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତ ଭେଜୀଗୁଡା ଗ୍ରାମର ଲଳିତା ହରିଜନ ବୟସ ୩୭ । ଲଳିତାଙ୍କ ସ୍ବାମୀ ନରେନ୍ଦ୍ର ହରିଜନ ପ୍ରାୟ ୫ ବର୍ଷ ତଳେ ଆର ପାରିକୁ ଚାଲି ଯାଇଥିବା ବେଳେ ଜାନକୀ ପୂଜାରୀ ୬୨ ବର୍ଷ ବୟସ ସ୍ଵାମୀ ବୁଦନ ପୂଜାରୀ ପ୍ରାୟ ୬ ବର୍ଷ ପୂର୍ବ ? ମୃତ୍ୟୁ ହୋଇଯାଇଛି । ସ୍ବାମୀଙ୍କ ମୃତ୍ୟୁ ହୋଇ ଦୀର୍ଘ ଦିନ ବିତିଯିବା ସହିତ ଏବେ ପରିଣତ ବୟସରେ ବି ବିଧବା ବୃଦ୍ଧା ମହିଳାଙ୍କ ପାଇଁ ବାଦ୍ଧକ୍ୟ ଭତ୍ତା ସାତ ସପନ ପାଲଟି ଯାଇଛି ।ବୃଦ୍ଧା ବିଧବା ମହିଳା ଦୁହେଁ ବାଦ୍ଧକ୍ୟ ଭତ୍ତା ପାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି କିନ୍ତୁ ଆଜି ପ୍ରଯ୍ୟନ୍ତ ଭତ୍ତା ଖଣ୍ଡିକ ପାଇନାହାନ୍ତି କ୍ଷଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଏହି ଦୁଇ ବୃଦ୍ଧା ବିଧବା ମହିଳାଙ୍କୁ ତୁରନ୍ତ ଭତ୍ତା ଯୋଗାଇଦେବା ପାଇଁ ସାଧାରଣ ରେ ଦାବି ହେଉଛି। ତେବେ ପ୍ରଶାସନ ଏହି ଦୁଇ ବିଧବା ମହିଳାଙ୍କୁ କେବେ ସରକାରୀ ସହାୟତା ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା ?

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here