ଲକଡାଉନ ୨ର ନୂଆ ଗାଇଡ୍ଲାଇନ ଜାରି କଲା କେନ୍ଦ୍ର; ଜାଣନ୍ତୁ କ’ଣ ବନ୍ଦ ଓ କ’ଣ ଖୋଲା ରହିବ

0
589

ନୂଆଦିଲ୍ଲୀ : କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାର ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରମାନଙ୍କ ପରାମର୍ଶକୁ ବିଚାର କରି କେନ୍ଦ୍ର ଏହି ନିଷ୍ପତ୍ତି ନେବା ସହିତ ଲକଡାଉନ ୨.୦ ଜାରି କରିଛି। ଏହା ପରେ ବୁଧବାର କେନ୍ଦ୍ର ସରକାର ଲକଡାଉନ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଲକଡାଉନ ସମୟରେ ସମସ୍ତ ପ୍ରକାର ପରିବହନ ସେବା ବନ୍ଦ ରହିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ରାଜ୍ୟର ସୀମାଗୁଡ଼ିକ ସିଲ୍ ରହିବ। ତେବେ ଆବଶ୍ୟକ ସେବା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ। କିନ୍ତୁ କୃଷି କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟକୁ ଲକଡାଉନରୁ ବାଦ୍ ଦିଆଯାଇଛି।

ଏହି ସବୁ ସେବା ଉପରେ କଟକଣା ରହିବ ନାହିଁ:

-ଚାଷୀ ମାନେ ଜମିକୁ ଯାଇ କୃଷି କାର୍ଯ୍ୟ କରିପାରିବେ।
– କୃଷି ସହିତ ଜଡ଼ିତ ସମସ୍ତ ଦୋକାନ, ବ୍ୟବସାୟ କେନ୍ଦ୍ର ଖୋଲା ରହିବ।
-ପେଟ୍ରୋଲ୍ ପମ୍ପ, ଏଲ୍ପିଜି ସେବା ଜାରି ରହିବ, ଖୁଚୁରା ଗ୍ୟାସ୍ ଦୋକାନ ଖୋଲା ରହିବ, ଘରୋଇ ସିକ୍ୟୁରିଟି ସଂସ୍ଥା ଉପରେ କୌଣସି ପ୍ରତିବନ୍ଧକ ନାହିଁ।
-ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି ଖୋଲା ରହିବ।
-ସମସ୍ତ ହସ୍ପିଟାଲ, ନର୍ସିଂ ହୋମ୍, କ୍ଲିନିକ୍, ଟେଲିମେଡିସିନ୍ ସୁବିଧା ଖୋଲା ରହିବ।
-ଜନ ଔଷଧି କେନ୍ଦ୍ର, ଔଷଧ ଦୋକାନ, ସ୍ୱାସ୍ଥ୍ୟ ଉପକରଣ ଦୋକାନ, ଫାର୍ମାସିଷ୍ଟ ଦୋକାନ, ଡିସପେନସାରୀ ଦୋକାନ, ପାଥୋଲାଜି ସେଣ୍ଟର ଖୋଲା ରହିବ।
-ଭେଟେନାରୀ ହସ୍ପିଟାଲ, ଭେଟେନାରୀ ଔଷଧ ଦୋକାନ ଖୋଲା ରହିବ।
-ଔଷଧ ତିଆରି କାରଖାନା, ସ୍ୱାସ୍ଥ୍ୟ ଉପକରଣ ତିଆରି କାରଖାନା ଆଦି ଖୋଲା ରହିବ।
-ହସ୍ପିଟାଲ ନିର୍ମାଣ, ଆମ୍ୱୁଲାନ୍ସ ମରାମତି ଓ ତିଆରି ସେଣ୍ଟର ଖୋଲା ରହିବ।
– ଆନ୍ତଃ ରାଜ୍ୟ, ଜିଲ୍ଲା ଭିତରେ ସ୍ୱାସ୍ଥ୍ୟ କର୍ମୀ, ନର୍ସ, ପାରାମେଡିକାଲ ଷ୍ଟାଫ୍, ଲାବ ଟେକ୍ନିସିଆନ୍, ବୈଜ୍ଞାନିକ, ଆମ୍ୱୁଲାନ୍ସ ଆଦି ଯିବା ଆସିବା କରିପାରିବେ।
-ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ।
-ସବୁ ଗ୍ରୋସରୀ ଦୋକାନ ସହିତ ପନିପରିବା, ଫଳ, ମାଛମାଂସ, ଡାଏରୀ ମିଲ୍କ,ସାର, କୀଟନାଶକ ଓ ଗୋଖାଦ୍ୟ ଦୋକାନ, ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ଅଫିସ୍, ଏଟିଏମ୍, ପ୍ରିଣ୍ଟ୍ ଓ ବୈଦ୍ୟୁତିକ ଗଣମାଧ୍ୟମ ଆଦି ଖୋଲା ରହିବ।

ଏହି ସବୁ ସେବା ଉପରେ କଟକଣା ରହିବ:

-ସମସ୍ତ ସାମାଜିକ, ରାଜନୀତିକ, ଧାର୍ମିକ ସମ୍ମିଳନୀ, ସାଧାରଣ ସଭା ବନ୍ଦ
-ସିନେମା ହଲ୍, ସପିଂ ମଲ୍, ଜିମ୍ ସେଣ୍ଟର, ସ୍ପୋର୍ଟ୍ସ କମ୍ପଲେକ୍ସ, ସୁଇମିଂ ପୋଲ୍ସ, ଏଣ୍ଟେରଟେନମେଣ୍ଟ ପାର୍କ, ବାର, ଅଡିଟରିୟମ, ସମ୍ମିଳନୀ ବନ୍ଦ
-ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
-ଟ୍ରେନ ଚଳାଚଳ ବନ୍ଦ
-ବସ ସେବା ବନ୍ଦ
-ମେଡିକାଲ ସେବାରେ ନିୟୋଜିତ ଥିବା ବସ ସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପରିବହନ ସେବା ବନ୍ଦ ରହିବ
-ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷିଣ ଶିବିର, କୋଚିଂ ସେଣ୍ଟର ବନ୍ଦ ରହିବ
-ହସ୍ପିଟାଲ ସର୍ଭିସେସ ବନ୍ଦ
-ଟ୍ୟାକ୍ସି ସେବା ବନ୍ଦ, କେବଳ ଚୁକ୍ତି ଭିତ୍ତିକ ଟ୍ୟାକ୍ସି ସେବାକୁ ଅନୁମତି
-ଶବସତ୍କାର ବେଳେ ସର୍ବାଧିକ ୨୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି

LEAVE A REPLY

Please enter your comment!
Please enter your name here