୨ ଦୋକାନରୁ ୧୦୦୦୦ ଟଙ୍କା ଜରିମାନା ଆଦାୟ

0
659

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଲକ ଡାଉନ ଯୋଗୁଁ ଭଞ୍ଜନଗର ସହରରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ଦୋକାନ ଖୋଲିବାକୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।ହେଲେ କିଛି ବ୍ୟବସାୟୀ ପ୍ରଶାସନ ପକ୍ଷରୁ ଧାଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲୁଥିବା ଦେଖି ଆଜି ମେନ ରୋଡ଼ ଉପରେ ରେ ଜଣେ ହୋଲସେଲ ଅଣ୍ଡା ବ୍ୟବସାୟୀଙ୍କ ଦୋକାନ ଉପରେ ଉପଖଣ୍ଡ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ପୁରୁଣା ବଜାର ସାହି ରେ ଥିବା ଏକ ଔଷଧ ଦୋକାନରେ ମୁର୍ଦୁ ପାନୀୟ ବିକ୍ରି କରୁଥିବାଥୁବାରୁ ଉପଜିଲ୍ଲାପାଳ ଔଷଧ ଦୋକାନ ଉପରେ ଚଢ଼ାଉ କରି ଦୋକାନୀ ଙ୍କୁ ୫୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଗତକାଲି ମଧ୍ୟ ଏହିପରି ଭାବରେ ୨ଜଣ ଦୋକାନୀ ଙ୍କୁ ୧୦୦୦ ଟଙ୍କା ଜରିମାନା କରାଯାଇଥିବା ବେଳେ ଏହାର ପୁନରାବୃତ୍ତି ଘଟିଛି ତେବେ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରିବା ସହ ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here