ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲାଲମେଣ୍ଟା ସିଲ୍; ଏସ୍.ପି କଲେ ସ୍ଥିତି ଅନୁଧ୍ୟାନ

0
381

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣର ଭୟାବହତାରୁ ଜନସାଧାରଣଙ୍କୁ ସୁରକ୍ଷିତ କରିବା ପାଇଁ ଚିକିଟି ବ୍ଳକ ଲାଲମେଣ୍ଟା ଗ୍ରାମକୁ ଗଞ୍ଜାମ ଜିଲ୍ଲାପ୍ରଶାସନ ଦ୍ୱାରା ସିଲ୍ କରାଯାଇଛି । କାରଣ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଶ୍ରମିକମାନେ ନିଜ ଗ୍ରାମକୁ ଫେରିଥିବା ଜଣାପଡିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଉପସ୍ଥିତିରେ ସୋମବାର ୨୪୬ଜଣଙ୍କ ସ୍କ୍ରିନିଂ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେବାକୁ ସେହି ଗ୍ରାମ ନିବାସୀଙ୍କୁ ଜାଗ୍ରତ କରାଇଥିଲେ । ସନ୍ଦିଗ୍ଧମାନଙ୍କୁ ଡ଼ାକ୍ତରି ଟିମ୍ ଦ୍ୱାରା ସ୍କ୍ରିନିଂ କରିବା ସହ ଶ୍ରମିକମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଇଥିଲେ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳ ସ୍ୱରୂପ ଚିକିଟି ଏନ୍ଏସି ଦ୍ୱାରା ବିଶୋଧନ ଔଷଧ ସିଞ୍ଚନ,ପୋଖରୀ, କୂଅ, ନଳକୂପ ଆଦି ବିଶୋଧନ କରାଯାଇଥିଲା । ଏକ ମିଟର ସାମାଜିକ ଦୂରତ୍ୱ ରକ୍ଷା କରି ଓଭରହେଡ଼ ଟ୍ୟାଙ୍କରୁ ଟ୍ୟାପରେ ସମସ୍ତଙ୍କୁ ପିଇବା ପାଣି ଏବଂ ଗ୍ରୋସରୀ ଓ ପନିପରିବା ଦୁଆର ମୁହଁରେ ସୁଲଭ ଦରରେ ଯୋଗାଇଦିଆଯାଇଥିଲା । ଏସ୍.ପି ଶ୍ରୀ ପିନାକ ମିଶ୍ର ଗ୍ରାମରେ ସ୍ଥିତି ସମୀକ୍ଷା କରି ବିଡ଼ିଓ,ତହସିଲଦାର,ଏଟିଓ, ସରପଞ୍ଚଙ୍କ ସହ ଆଲୋଚନା କରି ଅଧିକ ସୁରକ୍ଷା ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here