ଦିଲୀପ କାଠରେ ତିଆରି କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିକୃତି

0
312

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଉପେନ୍ଦ୍ର ଭଞ୍ଜଙ୍କର ଏକ ପ୍ରତିକୃତି କାଠରେ ତିଆରି କରିଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଦିଲୀପ ମହାରଣା। ଏହି ପ୍ରତିକୃତି ୧.୫ଇଞ୍ଚ ହୋଇଥିବା ସେ ସୂଚନା ଦେଇଛନ୍ତି। କାଠରେ ଏତେ ଛୋଟ ପ୍ରତିକୃତି ଯାହା ଆଜି ପର୍ଯ୍ୟନ୍ତ କେହି କରିନାହାନ୍ତି। ଆଗକୁ ଓଡ଼ିଶାର ସମସ୍ତ ବରପୁତ୍ର ଯେପରି କବିସୂର୍ଯ୍ୟ ବଳଦେବ ରଥ କବିବର ରାଧାନାଥ ରାୟ ମଧୁସୂଦନ ରାଓ ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ଏଭଳି ଅନେକ ମହାପୁରୁଷ କବି ତଥା କଳା ଏବଂ ସାହିତ୍ୟ କ୍ଷେତ୍ରେର ନିଜର ପାରଦର୍ଶିତା ଲାଭ କରିଥିବା ଅନନ୍ୟା ବ୍ୟକ୍ତି ବିଶେଷଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରି ତାର ଏକ ଛୋଟ ମ୍ୟୁଜିୟମ କରିବା ତାଙ୍କର ଲକ୍ଷ ବୋଲି ସେ କହିଛନ୍ତି।ତାଙ୍କର ମାମୁ ବାସ୍ତୁବିତ ସନ୍ୟାସୀ ମହାରଣା ତାଙ୍କୁ ଏ ସବୁ ତିଆରି କରିବାକୁ ପ୍ରେରଣା ଦେଇଥିବା ବିଷୟ ସେ କହିଛନ୍ତି।ଏ ସବୁ ତିଆରି କରିବା ପଛରେ ତାଙ୍କର ଭାଇ ମନୋଜ ଏବଂ ପିତା ଭଗବାନ ମହାରଣା ତାଙ୍କୁ ସହଯୋଗ କରୁଛନ୍ତି। ଦିଲୀପ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାର ପିଲା ହେଇଥିବା ବେଳେ ରାଜ୍ୟ ସରକାର ଏବଂ ତଥା ଜିଲ୍ଲା ପ୍ରଶାସନ ତାଙ୍କୁ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here