ବୁଲା ଜନ୍ତୁଙ୍କ ଅବସ୍ଥା ଶୋଚନୀୟ ; ମିଳୁନାହିଁ ଖାଦ୍ୟ

0
326

ବେଲଗୁଣ୍ଠା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ପ୍ରଭାବରେ ଲକ୍ ଡାଉନ ଓ ସଟ୍ ଡାଉନ୍ ପାଇଁ ଦୋକାନବଜାର ବନ୍ଦ ଥିବା ବେଳେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ,ଭୋଜିଭାତ,ହୋଟେଲ ସବୁ ବନ୍ଦ ଥିବାରୁ ବେଲଗୁଣ୍ଠା ସହରରେ ବୁଲା ଗାଇଗୋରୁ ଓ କୁକୁରଙ୍କୁ ଖାଇବାକୁ ମିଳୁନାହିଁ ।ଫଳରେ ସେମାନେ ବାହାରେ ପଡିଥିବା ବିଭିନ୍ନ ପ୍ରକାର ଅଳିଆ,ଆବର୍ଜନା, ପଲିଥିନ ଖାଉଥିବା ଦେଖିବାକୁ ମିଳୁଛି ଏବଂ ଭୋକରେ ଥିବାରୁ ଦୁର୍ବଳ ହୋଇ ଦିନ ତମାମ ଗୋଟିଏ ଜାଗାରେ ପଡିରହିଥିବା ଲକ୍ଷ୍ୟ କରାଯାଇଛି ।ପ୍ରଶାସନ ତରଫରୁ ବିଭିନ୍ନ ପୌର ସଂସ୍ଥା ରେ ବୁଲା ଗାଇଗୋରୁ ମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ବେଲଗୁଣ୍ଠାରେ ତାର ବ୍ୟତିକ୍ରମ ଦେଖାଦେଇଛି ।ପ୍ରଶାସନ ତରଫରୁ ବୁଲି ଗାଇ,ଗୋରୁ, ଓ କୁକୁର ପାଇଁ ଖାଇବା ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here