କବିସୂର୍ଯ୍ୟନଗର ବିଧାୟିକାଙ୍କ କରୋନା ସମ୍ପର୍କିତ ସଚେତନତା ଜାରି

0
425

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଲକ ଡାଉନ ସମୟରେ ବିଭିନ୍ନ ତରିକାରେ କରୋନା ସମ୍ପର୍କିତ ସଚେତନତା ଜାରି ରଖିଛନ୍ତି l ସକାଳୁ ରାତି ବାରଟା ଯାଏ ସବୁବେଳେ ଲୋକଙ୍କ ନାନା ସମସ୍ୟା କୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀରେ ରହୁଥିବା ସମୟରେ ସବୁବେଳେ ତାଙ୍କର ଏହି ସ୍ଥିତି । ଲୋକଙ୍କ ସୁବିଧା, ଅସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଅଧାପନ୍ତରିଆ କାମକୁ ତ୍ବରାନ୍ବିତ କରେଇବା , ଅଧିକାଂଶ ସମୟ ସରକାର, ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ବିଧାନସଭାରେ ତାଙ୍କ ଦାବି ରଖନ୍ତି । କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ଭଲ ମନ୍ଦ କଥା ବୁଝନ୍ତି । ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା, ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ମିଶିବା ସହ ସହରଠୁ ଆରମ୍ଭ କରି ଗାଁ ସ୍ତରରେ ଆୟୋଜନ କରାଯାଉଥିବା ବିଭିନ୍ନ ସଭାସମିତି, କର୍ମଶାଳା, ବୈଠକରେ ଯୋଗଦେଇ ସାରା ଦିନ ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ ଜୀବନ ବିତାଇବାରେ ଆନନ୍ଦ ପାଉଥିବା ବିଧାୟିକା ଏବେ ପରିବାର ସହ ମିଶି ସରକାରଙ୍କ ଲକ ଡାଉନ ନିୟମକୁ ପାଳନ କରୁଥିବା ବେଳେ ଲୋକଙ୍କ ସେବାକୁ ଛାଡିନାହାନ୍ତି । ଘରେ ରହି ମଧ୍ୟ ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗ କରି ବିକାଶକୁ ତ୍ବରାନ୍ବିତ କରିବା ସହ । ଏ ଘଡିସନ୍ଧି ସମୟରେ ସମାଜକୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ଦୃଷ୍ଟିରୁ ଲକ ଡାଉନ ସମୟରେ ଘରେ ବସିରହିବା ଆମକୁ ବିଚଳିତ ଲାଗି ପାରେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସାମାଜିକ ଦୂରତ୍ବ, ସଂଗରୋଧକୁ ମାନିବାକୁ ହେବ ବୋଲି ବିଧାୟକ କହୁଛନ୍ତି । ଏଭଳି ସ୍ଥିତିରେ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ତ କଥା ବୁଝିବା ସହ ସରକାରଙ୍କ ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି |ସକାଳୁ ଫୋନ ଯୋଗେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଅଂଚଳରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହାସହ ଅଞ୍ଚଳର ଉନ୍ନତି ପାଇଁ ଚିଠି ଲେଖି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି ।

LEAVE A REPLY

Please enter your comment!
Please enter your name here