ପରିତ୍ୟକ୍ତ କୂଅରୁ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର

0
311

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଭାମସିଆଳି ପଞ୍ଚାୟତର ଚଢିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପରିତ୍ଯକ୍ତ କୂଅ ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ଘଟଣାରୁ ଜଣ ପଡିଛି ମଜେ ଚଢ଼ିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଏକ ଗଳିତ ଶବ ପଡିଥିବା ନେଇ ପ୍ରଚାର ହେବାପରେ ଆଖପାଖର ଲୋକ କୂଅ ନିକଟରେ ରୁଣ୍ତ ହୋଇଥିଲେ । ଖବର ପାଇ ବୁଗୁଡା ପୋଲିସ୍ ଓ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର କରିବା ପରେ ବୁଗୁଡା ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here