ତୃତୀୟ ସ୍ମୃତି ଦିବସ ପାଳିତ

0
175

ଛତ୍ରପୁର: ପ୍ରଜପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ସେବାକେନ୍ଦ୍ର ତରଫରୁ ସଂସ୍ଥା ର ପୂର୍ବତନ ମୁଖ୍ୟ ପ୍ରଶାଶିକା ତଥା ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ର ର ମୁଖ୍ୟ ସଂଚାଳିକା ରାଜୟୋଗିନୀ ଦାଦି ଜାନକୀ ଜୀ ଙ୍କର ତୃତୀୟ ସ୍ମୃତି ଦିବସ ପାଳନ କରାଯାଇଥିଲା।ତାଙ୍କର ଅଥକ ସେବା ଓ ପରମାତ୍ମା ଙ୍କର ସନ୍ଦେଶ ୧୩୦ ଦେଶରେ ପ୍ରଚାର କରିବା ଉଦ୍ୟମ ତଥା ଶାନ୍ତିର ଅନୁଭୁତି ପାଇଁ ବିଶ୍ୱର ସର୍ବୋଚ୍ଚ ସ୍ଥୀର ମସ୍ତିଷ୍କ ର ଉପାଧି ଅନ୍ତରାଷ୍ଟ୍ରୀୟ ଟେକ୍ସାସ ୟୁ.ଏସ.ଏ. ୟୁନିଭର୍ସଟୀ ପ୍ରଦାନ କରିଥିଲେ।ଏହାସହିତ ଦେଶ ଓ ବିଦେଶର ବହୁ ସଂସ୍ଥା ଡକ୍ଟରେଟ ଉପାଧିରେ ସମ୍ମାନିତ କରିଛନ୍ତି । ତାଙ୍କରି ଅଧ୍ୟକ୍ଷତାରେ ସଂସ୍ଥା ବିଶ୍ୱରେ ୧୩୦ ଦେଶରେ ୮୫୦୦ ରୁ ଊର୍ଦ୍ଧ୍ବ ମୁଖ୍ୟ ସେବାକେନ୍ଦ୍ରରେ ପରମାତ୍ମା ଜ୍ଞାନ ଓ ରାଜଯୋଗର ପ୍ରଚାର ହୋଇଛି । ସେ ୧୦୪ ବର୍ଷ ବୟସରେ ୨୭ ମାର୍ଚ୍ଚ ୨୦୨୦ ରେ ସଂସ୍ଥାର ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ର ମାଉଣ୍ଟଆବୁରେ ଶରୀର ତ୍ୟାଗ କରିଥିଲେ । ଏହାର ସ୍ମୁତିରେ ଦେଶ ବିଦେଶର ପ୍ରତ୍ୟେକ ସେବାକେନ୍ଦ୍ରରେ ତୃତୀୟ ପୁଣ୍ୟତିଥି ପାଳନ କରାଯାଇଛି । ଏହି ପରିପେକ୍ଷୀରେ ଛତ୍ରପୁର ସେବକେନ୍ଦ୍ରରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ଓ ଭାରତୀୟ କୋଷ୍ଟ ଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡର ଧନଞ୍ଜୟ କୁମାର ମିଶ୍ର ଯୋଗଦାନ ଦେଇଥିଲେ । ଏହାକୁ ସୁପରିଚାଳନା କରିଥିଲେ ଛତ୍ରପୁର ସେବାକେନ୍ଦ୍ର ର ମୂଖ୍ୟ ସଂଚାଳିକା ରାଜଯୋଗୀନି ବିଜୟଲକ୍ଷ୍ମୀ ଓ ଯୋଗଦାନ ଦେଇଥିଲେ ୧୦ରୁ ଉର୍ଦ୍ଧ ଗୀତା ପାଠଶାଳା ର ଭାଇ ଓ ଭଉଣୀ ମାନେ।

LEAVE A REPLY

Please enter your comment!
Please enter your name here