ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତୃତୀୟ ଶ୍ରେଣୀର ଛାତ୍ରଙ୍କ ସହାୟତା ପ୍ରଦାନ

0
546

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁରର ସହରର ବିଜିପୁର ଅଞ୍ଚଳର ରଞ୍ଜନ କୁମାର ସାହୁ ଓ ଅନୁପମା ସାହୁଙ୍କ ସୁପୁତ୍ର ଅର୍ମାନ ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୫୫୫ ଟଙ୍କା ଅର୍ଥ ରାଶି ସହାୟତା ପ୍ରଦାନ କରିଛନ୍ତି। ଅର୍ମାନ ସାହୁ ହେଉଛନ୍ତି ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ଓ ସେ ନିଜ ୪ବର୍ଷର ସଞ୍ଚିତ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। କୋଭିଡ୧୯ ମୁକାବିଲା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅହରହ ଜନସାଧାରଣଙ୍କ ସୁରକ୍ଷା ନେଇ ତପ୍ତର ଥିବା ବେଳେ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସରକାରଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇ ସହଯୋଗ କରିବାକୁ ଛାତ୍ର ଅର୍ମାନ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here