ସ୍ବେଚ୍ଛାସେବୀ ସଙ୍ଘଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

0
358

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଘଠନ ସ୍ପେର୍ଡ ତରଫରୁ ବ୍ଲକ ର ୬ ଟି ପଞ୍ଚାୟତ ରେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । କୋଷାଗୁମୁଡା ବ୍ଲକ ସଦର ମହକୁମା ସହ ଏମ.କେରଗାଁ , ମୋତିଗାଁ , ଆଟିଗାଁ , ବାଙ୍କୁଲି ଓ ଏକୋରି ପଞ୍ଚାୟତର ମୋଟ ୫୨ ଜଣଙ୍କୁ ଘରଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ସେହିଭଳି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତ ରେ ହିତାଧିକାରୀ ଚିହ୍ନଟ କରାଯାଇ ଆଉ କିଛି ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । କୋରନା ମହାମାରୀ ଯୋଗୁଁ ବର୍ତ୍ତମାନ ନିହାତି ଗରିବ ଲୋକ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଲୋକଡାଉନ ଚାଲିଥିବାରୁ ଲୋକେ କାମଧନ୍ଦା ରୁ ବଞ୍ଚିତ ହୋଇଛନ୍ତି । ଗରିବ ଲୋକ କାମ ନପାଇ ଦିପଇସା ରୋଜଗାର କରିବାରେ ଅସଫଳ ହେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବେଚ୍ଛାସେବୀ ସଂସ୍ଥା ସ୍ପେର୍ଡ ନିହାତି ଗରିବ ପରିବାର କୁ ଚିହ୍ନଟ କରି ଏଭଳି ମହତ କାର୍ଯ୍ୟ କରୁଥିବାରୁ ସାଧାରଣ ରେ ପ୍ରଶଂସା କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here