ଦକ୍ଷିଣ ଓଡିଶାର ପ୍ରଥମ ମଧୁମେହ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁରରେ ଉଦଘାଟିତ

0
621

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ପବ୍ଲିକ ହେଲଥ ଫାଉଂଡେସନ ଅଫ ଇଣ୍ଡିଆ ପକ୍ଷରୁ ମଧୁମେହ ରୋଗର ନୂତନ ଚିକିତ୍ସା ପ୍ରଣାଳୀ ଉପରେ ପାଠ୍ୟକ୍ରମ ସିସିଇବିଡ଼ିଏମ ତଥା ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁରରେ ଉଦଘାଟିତ ହୋଇଛି | ଚଳିତ ବର୍ଷ ପ୍ରଥମ ଅଧିବେଶନ ଆମ୍ଭପୁଆ ରୋଲାଣ୍ଡ ଫାର୍ମାଶିଟିକାଲ ସାଇନ୍ସ କଲେଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା | ଓଡ଼ିଶାରେ ଚାରୋଟି କେନ୍ଦ୍ର ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରରେ ଏକମାତ୍ର ପ୍ରଶିକ୍ଷଣ କେନ୍ଦ୍ର ରହିଛି | ମଧୁମେହ ବିଶେଷଜ୍ଞ ଡକ୍ଟର ସୁନୀଲ କୁମାର କୋଟା ଆଞ୍ଚଳିକ ପ୍ରଶିକ୍ଷକ ରୂପେ ମନୋନୀତ ହୋଇଛନ୍ତି | ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିବା ସହିତ ଏହାର ଚିକିତ୍ସା ପ୍ରଣାଳୀ ବିଷୟରେ ଡାକ୍ତରଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଏମ.କେ.ସି.ଜି ମେଡିକାଲ କଲେଜର ଶଲ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଏନ.ସି .ପାଢ଼ୀ ଏବଂ ପିଏଚଏଫଆଇ ଜାତୀୟ ସଂଯୋଜକ ଡକ୍ଟର ସନ୍ତୋଷ କୁମାର ଯୋଗ ଦେଇ ମଧୁମେହ ରୋଗର କାରଣ,ଲକ୍ଷଣ ଉପରେ ଜନସାଧାରଙ୍କୁ ଅବଗତ କରାଇବାକୁ ଆହ୍ୱାନ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମର ଡକ୍ଟର ସୁନୀଲ କୋଟା ମଧୁମେହ ରୋଗର ବ୍ୟାପକତା ଉପରେ ଆଲୋକପାତ କରିବା ସହ ଡାକ୍ତରମାନଙ୍କୁ ମଧୁମେହ ରୋଗର ବିଭିନ୍ନ ଦୃଷ୍ଟିକୋଣ ଓ ଚିକିତ୍ସା ସମ୍ବଧୀୟ ପ୍ରଶିକ୍ଷଣ ଦିଆଯାଉଥିବା ବିଷୟରେ ଅବଗତ କରାଇଥିଲେ | ଏହି ପରିପ୍ରେକ୍ଷୀରେ ଡକ୍ଟର କୋଟାଙ୍କ ତତ୍ୱାବଧାନରେ ଦକ୍ଷିଣ ଓଡ଼ିଶାର ପ୍ରାୟ ୨୫ଜଣ ଡାକ୍ତରଙ୍କୁ ଏକ ବର୍ଷ ପ୍ରଶିକ୍ଷଣ ଦିଆଯିବ ଏବଂ ଶେଷରେ ଉତ୍ତୀର୍ଣ ଡାକ୍ତରଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ |

LEAVE A REPLY

Please enter your comment!
Please enter your name here