ଭୁବନେଶ୍ଵର, ଭଦ୍ରକ ସହର ସହ କଟକ ସହର ମଧ୍ୟ ସମ୍ପୂର୍ଣ୍ଣ ୪୮ ଘଣ୍ଟା ବନ୍ଦ

0
324

ଭୁବନେଶ୍ଵର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜଧାନୀ ଭୁବନେଶ୍ଵର, ଭଦ୍ରକ ସହର ସମେତ କଟକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହି ନିୟମ ଶୁକ୍ରବାର ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। କରୋନା ଭୂତାଣୁ ଚେନ୍କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ପ୍ରଥମେ ଭୁବନେଶ୍ବର ଓ ଭଦ୍ରକ ସହର ବନ୍ଦ କରାଯିବା ନେଇ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ମହାନିର୍ଦେଶକ କହିଥିଲେ। ଏହାପରେ କଟକରୁ ଷଷ୍ଠ କରୋନା ରୋଗୀଙ୍କୁ ଚିହ୍ନଟ ହେବାପରେ ଭୁବନେଶ୍ଵର, ଭଦ୍ରକ ସହର ସହ କଟକ ସହର ମଧ୍ୟ ସମ୍ପୂର୍ଣ୍ଣ ୪୮ ଘଣ୍ଟା ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍ କରି ଜଣାଇଛନ୍ତି |
ସେ କହିଛନ୍ତି, କରୋନା ମୁକାବିଲା ଦିଗରେ ଓଡ଼ିଶାର ଜନସାଧାରଣ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଲାଣି। ଏଥିଲାଗି ରାଜ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଓଡ଼ିଶାର ପଜିଟିଭ୍ ଭିତରୁ ୮୦% ଭୁବନେଶ୍ୱରରେ ଥିବା ବେଳେ ୨୦% ଭଦ୍ରକରେ ମିଳିଛି। ଓଡ଼ିଶାର ବାହାରକୁ ଯାଇଥିଲେ। ହେଲେ ସୂର୍ଯ୍ୟନଗର ମାମଲା ଚିନ୍ତା ବଢ଼ାଇଛି। ରୋଗୀ ବାହାରକୁ ଯାଇନଥିବା ଯୋଗୁ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଫଳରେ କେଉଁଠାରୁ ତାଙ୍କୁ ସଂକ୍ରମଣ ହେଲା ତାହାକୁ ତର୍ଜମା କରାଯାଉଛି। ସଂକ୍ରମଣ ଅଧିକ ହେବା ଆଶଙ୍କା ଥିବାରୁ ସୂର୍ଯ୍ୟନଗରର ପ୍ରତ୍ୟେକ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି। ତେବେ ଚଳିତ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୧ ଦିନ ଲକ୍ଡାଉନ୍ରେ ଅତ୍ୟାବଶକୀୟ ସେବା ପାଇଁ ସ୍ବତନ୍ତ୍ର ଛାଡ଼ ରହିଛି। ହେଲେ ଆଗାମୀ ୪୮ ଘଣ୍ଟା ସନ୍ଧ୍ୟା ୮ଟାରୁ ରବିବାର ୮ ପର୍ଯ୍ୟନ୍ତ ଭୁବନେଶ୍ୱର ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯାଉଛି। ଏହାଛଡ଼ା ଭଦ୍ରକ ସହରକୁ ମଧ୍ୟ ସଟ୍ ଡାଉନ୍ କରାଯିବ। ଆମେ ଜନସାଧାରଣଙ୍କଠାରୁ ବହୁତ ସମର୍ଥନ ପାଇଛୁ। ହେଲେ ଯେଉଁମାନେ ସଟ୍ଡାଉନ୍ ପାଳନ କରିବେ ନାହିଁ ସେମାନଙ୍କୁ ପୋଲିସ ଏବଂ ଅନ୍ୟାନ୍ୟ ଏନ୍ଫୋର୍ସମେଣ୍ଟ ଏଜେନ୍ସି ସରକାରୀ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ପାଇଁ ରଖାଯିବ। ଏହାଛଡ଼ା ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାମଲା ରୁଜୁ ସହ ଜରିମାନା ଆଦାୟ କରାଯିବ। ତେବେ ସରକାରଙ୍କ ଏହି ଘୋଷଣାକୁ ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here