ବ୍ରହ୍ମପୁର ଡ଼ି.ଏ.ଭି ପବ୍ଲିକ ସ୍କୁଲର ପଲିଥିନ ନିଷେଧ ଶୋଭାଯାତ୍ରା

0
818

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସ୍ଥାନୀୟ ଡ଼ି.ଏ.ଭି ପବ୍ଲିକ ସ୍କୁଲ ତରଫରୁ ପଲିଥିନ ନିଷେଧ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ଼ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ | ପିତୁଳା ପ୍ରଦର୍ଶନ କରି ପଲିଥିନର ଭୟାବହତା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ | ସେମାନଙ୍କ ଦ୍ୱାରା ପ୍ରସ୍ତୁତ କାଗଜ ମୁଣିକୁ ବଡ଼ବଜାର ସ୍ଥିତ ଦୋକାନ ଗୁଡିକରେ ବଣ୍ଟନ କରିଥିଲେ | ଏହି ଶୋଭାଯାତ୍ରା ଉତ୍କଳ ସିନେମା ହଲ ଠାରୁ ଦେସିବେହେରା ସାହି ପର୍ଯ୍ୟନ୍ତ ଯାଇଥିବା ବେଳେ ଏହାର ଉଦଘାଟନ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ଧରାଶ୍ରୀ ପାଢ଼ୀ | ସମୀର ପାଣିଗ୍ରାହୀ,ଦିଲ୍ଲୀପ ବେହେରା,ଦୁର୍ଗରେ ପ୍ରସାଦ ସାହୁ,କେଦାରନାଥ ମହାପାତ୍ର,ସ୍ୱପ୍ନାରାଣୀ ପାଣିଗ୍ରାହୀ,ରୀନାକ୍ଷୀ ପଟ୍ଟନାୟକ,ମୀନା ପଟ୍ଟନାୟକ ପ୍ରଭୁତି ଶିକ୍ଷକଶିକ୍ଷୟତ୍ରୀ ଏହାର ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here