ଲକ ଡାଉନ ସମୟରେ ମର୍ଦ୍ଦମେଖ ପଞ୍ଚାୟତରେ ଖୁଲମଖୁଲା ଦେଶୀ ମଦ କାରବାର

0
401

କୋଦଳା (ନ୍ୟୁଜଏକ୍ସଟ୍ରା/ସୂର୍ଯ୍ୟ ନାରାୟଣ ଷଢଙ୍ଗୀ) : କରୋନା ସଂକ୍ରମଣରୁ ତ୍ରାହି ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି l ଦେଶର ଅର୍ଥନୀତିକୁ ପଛରେ ପକାଇ ଜନତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛନ୍ତି l ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ କେବଳ ଗୋଟାଏ ଚିନ୍ତା କିଭଳି କରୋନାରୁ ମୁକ୍ତି ପାଇବା l ସେଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସରକାର 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି l କିନ୍ତୁ କିଛି ଅସାମାଜିକ ତତ୍ତ୍ୱ ଏଥିରେ ବାଧା ଉପୁଜାଇ ସରକାରଙ୍କ ଯୋଜନାକୁ ଆଖିଠାର ମାରୁଛନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତରେ l କୋଦଳା ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂର ଇନାମ ବେଲପଡା ଠାରୁ କନ୍ଦିଆ ରାସ୍ତାପାର୍ଶ୍ୱରେ ଚାଲିଛି ବେଧଡକ ମଦ କାରବାର l ଅତ୍ୟାବଶ୍ୟକ ଜିନିଷ ଛଡା ଅନ୍ୟ ଜିନିଷ ବିକ୍ରୟ ଉପରେ ସରକାର କଟକଣା ଲଗାଇଛନ୍ତି l କିନ୍ତୁ ଏଠାରେ ଖୁଲମଖୁଲା ଦେଶୀ ମଦ ବିକ୍ରୟ ଯୋଗୁଁ ସକାଳ ଓ ସନ୍ଧ୍ୟା ସମୟରରେ ଏଠି ମଦ୍ୟପ ମାନଙ୍କ ଲାଇନ ଲାଗୁଛି l ସରକାରଙ୍କ କୌଣସି ଲକ ଡାଉନ ଏଠି କାମ କରୁନି l ଶହଶହ ସଂଖ୍ୟାରେ ଗହଳି ହୋଇ ମଦୁଆମାନେ ମଦଟିକେ ନେବା ପାଇଁ ପ୍ରତିଦ୍ବନ୍ଦିତା କରିବା ଦେଖାଯାଉଛି l ଏକ ମିଟର ଦୂରତା ବଜାୟ ରଖିବା ଦୂରେଥାଉ, ଏଠି ଲୋକେ ଦେହକୁ ଦେହ ଘସିହୋଇ ମଦ କିଣୁଛନ୍ତି l ଲକ ଡାଉନ ଗାଇଡଲାଇନ ଉଲଙ୍ଘନକାରୀଙ୍କୁ ଆଇପିସି ଓ ବିପର୍ଯୟ ପରିଚାଳନା ଆଇନ 2005 ଅନୁଯାୟୀ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି l କିନ୍ତୁ ଏଭଳି ଖୁଲମଖୁଲା ଆଇନ ଭାଙ୍ଗୁଥିବା ଅପରାଧୀକୁ ପ୍ରଶାସନ କାହିଁକି ଅଣଦେଖା କରୁଛି ଅଞ୍ଚଳରେ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here