ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ସହିଦ୍ ଦିବସ ପାଳିତ।

0
274

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ସହିଦ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନ୍ ସି ସି ଓ ନେଭେଲ ଆର୍ମ ୱଙ୍ଗ୍ ର ସମର ଶିକ୍ଷାର୍ଥୀ ମାନଙ୍କ ଗହଣରେ ଆଜି ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ ଙ୍କ ୮୦ତମ ପୁଣ୍ୟ ତୀଥି ଗାନ୍ଧୀଙ୍କ ତୀରୋଧାନ ଦିବସ ରେ ସହିଦ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରୃଷକେତୁ ଦାସ ଆଜିର ସହିଦ୍ ଦିବସ ପାଳନ ତାତ୍ପର୍ଯ୍ୟ ସଂପର୍କ ରେ ଉଦବୋଧନ ଦେଇଥିଲେଥି। ଏହି କାର୍ଯ୍ୟକ୍ରମ କୁ ଏନ୍ ସି ସି ଅଧିକାରୀ ଶିକ୍ଷକ ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ ଙ୍କ ଦ୍ଵାରା ପରିଚାଳନା ହୋଇ ଥିଲା ।ଏଥିରେ ଶିକ୍ଷକ ରାମୋଜୀ ରମେଶ,ଝିକିରିଆ ସବର ଓ ଶିକ୍ଷଯୀତ୍ରୀ ମୀନାକ୍ଷୀ ପାଢି ପ୍ରମୁଖ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here