ଘର ଭଡା ଛାଡିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

0
364

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରାଦେଶରେ କରୋନା ସ୍ଥିତିକୁ ଦେଖି ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି ।ଲକ୍ଡାଉନ୍ ସ୍ଥିତିକୁ ଦେଖି ଉଭୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଘର ଭଡ଼ାକୁ ଲଗାଇଥିବା ମାଲିକମାନେ ଭଡ଼ାଟିଆଙ୍କୁ ସହାୟତାର ହାତ ବଢ଼ାନ୍ତୁ । ଆଗାମୀ ୩ ମାସ ଯାଏ ଘର ଭଡା ମାଗନ୍ତୁନାହିଁ । ଘର ଭଡ଼ା ନ ଦେବା କାରଣରୁ କାହାକୁ ଘର ଛାଡ଼ିବାକୁ କୁହନ୍ତୁନାହିଁ । ମାନବିକତା ଦେଖାଇ କରୋନା ଯୁଦ୍ଧରେ ସାମିଲ ହୁଅନ୍ତୁ । ସମସ୍ତ ଘର ମାଲିକଙ୍କ ଉଦ୍ଦେଶ୍ୟରେ ଆଜି ଟ୍ୱିଟ୍ କରି ଏଭଳି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here