ଭଞ୍ଜନଗର ବିଡେକା ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡ କୁ ୨ ଲକ୍ଷ ୧୦ହଜାର ଟଙ୍କା ପ୍ରଦାନ

0
425

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କରୋନାର ମୁକାବିଲାକୁ ନେଇ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ଏହି କର୍ମରେ ଗୁରୁବାର ଦିନ ଭଞ୍ଜନଗର ଜଳସମ୍ପଦ ବିଭାଜନ ଉନ୍ନୟନ ସାଂସ୍କୃତିକ ପରିଷଦ (ବିଡେକା)ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୨ଲକ୍ଷ ୧୦ହଜାର ଟଙ୍କା ର ଚେକ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ଦ୍ଵାରା ପ୍ରଦାନ କରାଯାଇଛି।ଏଥିସହ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟ ର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ମଧ୍ୟ ପ୍ରଦାନ କରିଛନ୍ତି।ଉପଜିଲ୍ଲାପାଳ ଙ୍କୁ ଚେକ ପ୍ରଦାନ କଲା ବେଳେ ଏଥିରେ ବିଡେକା କାର୍ଯ୍ୟାଳୟ ର ନିର୍ବାହୀ ଯନ୍ତ୍ରୀ ଶ୍ରୀନିହାର ରଞ୍ଜନ ସାମନ୍ତରାୟ, ଶ୍ରୀ ଜେ. ସୁମା ପ୍ରଧାନ ଏବଂ ଶ୍ରୀ ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here