ରାଜ୍ୟରେ ଖୋଲିବ ୬ଟି ନୂଆ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ

0
617

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କଠାରୁ ଅନୁମତି ମିଳିଛି । ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋର୍ଟ ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି । ଅଳ୍ପ ସଂଖ୍ୟକ କୋର୍ଟ ଥିବାରୁ କୋର୍ଟ ଗୁଡ଼ିକରେ ହଜାର ହଜାର ମାମଲା ଶୁଣାଣୀ ନ ହୋଇ ପଡ଼ିରହୁଛି । ହାଇକୋର୍ଟଙ୍କ ସୁପାରିସ କ୍ରମେ ହାଇଲେଭଲ କମିଟି ଦ୍ୱାରା ଏହି ନିଷ୍ପତ୍ତି ହୋଇଛି । ତେଣୁ ରାଜ୍ୟର ୬ଟି ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟଖୋଲିବାକୁ ଆଜି ହାଇକୋର୍ଟ ପକ୍ଷରୁ ଅନୁମତି ମିଳିଛି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖରିଆରରେ ନୂଆ କୋର୍ଟ ଖୋଲିବ ।

LEAVE A REPLY

Please enter your comment!
Please enter your name here