ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓ ଙ୍କ ପରଲୋକ

0
252

ଭବାନୀପାଟଣା: ଜୟପାଟଣା ସ୍ଥିତ ରୋଶନି ସିଂଦେଓ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀ ରୁ ବିଧାୟିକା ରହିଥିଲେ। ଜନତା ଦଳ ରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳ ରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ। ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳ ରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ କ୍ରମାଗତ ବିଧାୟକ ରହିଥିଲେ।ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡି ର ସଭାପତି ରହିଛନ୍ତି। ପୂର୍ବତନ ବିଧାୟିକା ରୋଶନି ସିଂଦେଓ ଙ୍କ ୮୨ ବର୍ଷ ବୟସରେ ଭୁବନେଶ୍ୱର ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ବାସଭବନରେ ରେ ପରଲୋକ ହୋଇଛି।ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ମର ଶରୀର ଜୟପାଟଣା ଅଣାଯାଉଛି।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here