ଅଶ୍ରୁଳ କ୍ରନ୍ଦନରେ ରାଜ୍ୟପାଳ ପୁରସ୍କାର ବିତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
241

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିବା ସହ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ବିତ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କୁ ଅଶ୍ରୁଳ କ୍ରନ୍ଦନରେ ମଙ୍ଗଳବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରନୁଯାୟୀ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକ ୧୯୯୨ ମସିହାରେ ଏହି ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଆଚରଣ ଜରିଆରେ ଶିକ୍ଷା ପ୍ରଦାନ କରିବା ସହ ତାଙ୍କରି ଶିକ୍ଷାନିତୀରେ ଅନୁପ୍ରାଣିତ ହୋଇ ବହୁ ଛାତ୍ରଛାତ୍ରୀ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ପରବର୍ତ୍ତୀ ସମୟରେ ସେ ଜଣେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏପରିକି ସେ ୨୦୧୭ ମସିହାରେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ତେବେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ଅହରହ ପ୍ରଚେଷ୍ଟା କରିବା ସହ ବିଦ୍ୟାଳୟ ଚତୁଃପାର୍ଶ୍ଵ ସବୁଜ ବନାନୀରେ ପରିପୂର୍ଣ୍ଣ କରିପାରିଥିଲେ । ଯାହାଫଳରେ ସେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ଲାଭ କରିଥିଲେ । ତେବେ ଆଜି ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ଚାକିରି ଜୀବନର ଅବସର ଗ୍ରହଣ ସମୟରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ ସଂଯୋଜନା କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସେଠୀ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ସିଆରସିସି ସୁବ୍ରତ କୁମାର ପଣ୍ଡା , ପ୍ରଧାନଶିକ୍ଷକ ଜୀବନ କୁମାର ନନ୍ଦ , ବାସୁଦେବ ଗୈାଡ , ସୁଦାମ ଦାସ , ନାରାୟଣ ପଣ୍ଡା , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଗଣେଶ ପାତ୍ର , ସଂପାଦକ ସନ୍ତୋଷ କୁମାର ଗୈାଡ , ସମାଜସେବୀ ପ୍ରଫୁଲ୍ଲ ପ୍ରଧାନ , ରାଣା ଦେବହରୀ , ନାଏବ ସରପଞ୍ଚ ଇ . ରାମହରି ଦୋରା ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ତାଙ୍କ ଅବସର ଗ୍ରହଣ ପରେ ଜୀବନ ସୁଖମୟରେ କଟୁ ବୋଲି ଅତିଥିମାନେ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଚାକିରି ସମୟରେ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ରହିଥିବା ସୁସମ୍ପର୍କ କେବେ ଭୁଲି ହେବନାହିଁ । ଏପରିକି ସମସ୍ତଙ୍କ ଭଲପାଇବା ଓ ସହଯୋଗ କରିଥିବା ପ୍ରତ୍ୟେକଟି ମୁହୁର୍ତ୍ତ ମୋତେ ମନେ ପକାଇବ ବୋଲି ଭବ୍ଯ ବହୁଳ କ୍ରନ୍ଦନରେ କହିଥିଲେ। ଏହାପରେ କେଦାରପୁର ଗ୍ରାମବାସୀ ମାନେ ପ୍ରଧାନଶିକ୍ଷକଙ୍କୁ ସମ୍ମାନିତ ଜଣାଇ ଗିନି କିର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରାଇବା ସମୟରେ ଅଭିଭାବକ ଅଭିଭାବିକା ମାନେ ପାଦ ଧୋଇ ସମ୍ବର୍ଦ୍ଧନା ଜଣାଇଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here