ଭଞ୍ଜନଗର ଏନ.ଏ. ସି ପକ୍ଷରୁ ଫସି ରହିଥିବା ତେଲେଙ୍ଗାନା ର ଲୋକ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

0
407

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ବାଇପାସ ଛକ ନିକଟରେ ପ୍ରାୟ ଦେଢ଼ ମାସରୁ ଉର୍ଦ୍ଧ୍ବ ଦିନ ହେଲା ତେଲେଙ୍ଗାନା ରାଜ୍ୟ କମ୍ମମ ଜିଲ୍ଲାର କିଛି ଲୋକ ପରିବାର ସହ ଏଠାରେ ରହିଆସୁଛନ୍ତି।ସେମାନେ ଏଠାକୁ କିଛି ରୋଜଗାର କରିବା ପାଇଁ ଆଶା ନେଇ ଆସିଥିବା ବେଳେ ବିଭିନ୍ନ ଆୟୁର୍ବେଦିକ ଜଡି ବୁଟି ଔଷଧ ବିକ୍ରୀ କରିବା ସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକଙ୍କ ଭାଗ୍ୟ ଭବିଷ୍ୟତ ଗଣନା କରି ଏହି ଅଂଚଳରେ ବେଶ ଦୁଇ ପଇସା ଅର୍ଜନ କରୁଥିଲେ।ହେଲେ ସରକାରଙ୍କ ତରଫରୁ କରୋନା ଭୂତାଣୁ କୁ ନେଇ ଲକ ଡାଉନ ଘୋଷଣା ହେବା ଫଳରେ ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ପ୍ରଶାସନ ପକ୍ଷରୁ ମଧ୍ୟ ସବୁ କିଛି ବନ୍ଦ କରିଦିଆ ଯାଇଛି । ବର୍ତ୍ତମାନର ଏଭଳି ପରିସ୍ଥିତିରେ ସେମାନେ ନିଜ ଗ୍ରାମକୁ ମଧ୍ୟ ଫେରି ପାରୁନାହାନ୍ତି। ଏସମ୍ପର୍କରେ ଖବରପାଇ ଏନ.ଏ.ସି ପକ୍ଷରୁ ସେମାନଙ୍କୁ ଭଞ୍ଜନଗର ଜଳସେଚେଚନ ଉନ୍ନୟନ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିଦିନ ରନ୍ଧା ଖାଦ୍ୟ ସାମଗ୍ରୀ ଯୋଗାଇ ଯାଉଛି। ପ୍ରତିଦିନ ପିଲା ଛୁଆଙ୍କ ସମେତ ୧୬ ଜଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ତଥାପି ସେମାନେ ନିବେଦନ କରିଛନ୍ତି ଯେ ଲକ ଡାଉନ ପରେ ଏଠାରେ ଫସିଥିବା ସମସ୍ତଙ୍କୁ ପ୍ରଶାସନ ତରଫରୁ ନିଜ ଗ୍ରାମକୁ ଫେରିବାରେ ସାହାଯ୍ୟ କରିବାକୁ

LEAVE A REPLY

Please enter your comment!
Please enter your name here