ଲକ ଡାଉନ ବେଳେ ପି.ଏଫ.ଏ ସ୍ୱେଚ୍ଛାସେବୀଙ୍କ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ଯୋଗାଣ

0
353

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହରରେ ଅଞ୍ଚଳ କଲୋନୀ ବାସିନ୍ଦା ଶଙ୍କର୍ଷଣ ରଥ ଏବଂ ପିଏଫଏ ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀଙ୍କ ଉଦ୍ୟମରେ ବୁଲା ଗାଈ ଗୋରୁ ଷଣ୍ଢ ମାନଙ୍କୁ ପନି ପରିବା ଖାଦ୍ୟ ବଣ୍ଟନ କରାଯାଇଛି। ନିଜ ଘର ସମ୍ମୁଖରେ ସେ ଆଜି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପନି ପରିବା ସହିତ ପିଇବା ପାଣି ବୁଲା ଗାଈ ଗୋରୁଙ୍କ ଖାଦ୍ୟାଭାବରୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲକ ଡାଉନ ଶେଷ ହେବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାଇଛନ୍ତି। ବାଚସ୍ପତିଙ୍କ ସହିତ ଆଲୋଚନା କ୍ରମେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here