ମର୍ଦ୍ଦକୋଟରେ ଦୁଇ ପରିବାର ମଧ୍ୟରେ ମାରପିଟକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ କଲା ପୁଲିସ

0
390

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଠାରେ ଗତ ମଙ୍ଗଳବାର ଦିନ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି କ୍ଷତାକ୍ତ ହୋଇଥିବା ଖବର ହସ୍ତଗତ ହୋଇଛି l ଏନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ହେବାପରେ ପୁଲିସ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ମର୍ଦ୍ଦକୋଟ ଗ୍ରାମର ଏକ ନିର୍ଦ୍ଧିଷ୍ଟ ପୋଲେଇ ପରିବାର ଓ ସ୍ୱାଇଁ ପରିବାର ମଧ୍ୟରେ ମଙ୍ଗଳବାର ରାତ୍ରରେ କୌଣସି କାରଣରୁ ଝଗଡ଼ାର ସୂତ୍ରପାତ ହୋଇଥିଲା l ଏଥିରରେ ଅନ୍ୟମାନେ ଯୋଗଦେଇଥିଲେ l ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ ଓ ଗାଳିଗୁଲଜ କରି ମାରଣାସ୍ତ୍ର ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ କରି କ୍ଷତାକ୍ତ ହୋଇଥିଲେ l ଏନେଇ ଉଭୟ ପରିବାର ଥାନାରେ ଦୁଇଟି ପୃଥକ ଏତଲା ଦେବାପରେ ପୁଲିସ ଅଭିଯୁକ୍ତ ମାନଙ୍କ ନାମରେ କେସ ନଂ 97/20 ଓ 98/20 ଦୁଇଟି ପୃଥକ ମାମଲା ରୁଜୁକରି ତଦନ୍ତ ଚଳାଇଛି l

LEAVE A REPLY

Please enter your comment!
Please enter your name here