ବେଗୁନିଆପଡା ଠାରେ ଅଗ୍ନିକାଣ୍ଡ, ଦୁଇ ବଖରା ଧ୍ବଂସ

0
409

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ କିଶୋର ମହାରଣା): ବୁଧବାର ସନ୍ଧ୍ୟା ସାତ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବସଷ୍ଟାଣ୍ଡ ନିକଟସ୍ଥ ସୁଦାମ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟି ତାଙ୍କର ଦୁଇ ବଖରା ପୋଡି ନଷ୍ଟ ହୋଇଯାଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଆଜି ସନ୍ଧ୍ୟାରେ ବେଗୁନିଆପଡା ପୁଲିସ ଡ୍ୟୁଟି କରୁଥିବା ବେଳେ ହଠାତ ଧୂଆଁ ଉଠୁଥିବା ଦେଖି ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାକୁ ଚେଷ୍ଟାକରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ତୁରନ୍ତ କୋଦଳା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ବିପନ୍ନଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here