ଲକ୍ ଡାଉନ୍ ସତ୍ୱେ ବେଆଇନ ମଦବିକ୍ରି କରି ଦୁଇ ଗିରଫ

0
645

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ରାଜ୍ୟରେ ଲକ୍ ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ପୋଲିସ ଓ ପ୍ରଶାସନ ଶତ ଚେଷ୍ଟା କରୁଥିବା ବେଳେ କିଛି ଲୋକ ଏହାର ଭୟାବହତା ବୁଝି ପାରୁନାହାନ୍ତି । ଫଳ ସ୍ୱରୂପ ଆଜି ଲକ୍ ଡାଉନ୍ର ଅଷ୍ଟମ ଦିନରେ ବ୍ରହ୍ମପୁର ସହରରେ ଚୋରା ମଦ ବିକ୍ରି ଆରମ୍ଭ ହୋଇଛି । ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବଡବଜାର ଥାନା ପୋଲିସ ଚଢ଼ାଉକରି ୨ଜଣଙ୍କୁ ଗିରଫ କରିବା ସହ ଚୋରା ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ବଡବଜାର ଥାନା ସମ୍ମୁଖରେ ଥିବା ଡଲ୍ଫିନ୍ ବାର ମାଲିକଙ୍କ ପୁଅ ଅବିନାଶ କୁମାର ପାତ୍ର(୨୮) ଓ ତାଙ୍କ ସହଯୋଗୀ ଗଣପତି ନଗରର ଗଗନବିହାରୀ ସାହୁ(୨୮) । ଏ ନେଇ ବଡବଜାର ଥାନାରେ କେଶ୍ ନମ୍ବର ୬୭/୨୦ ରୁଜୁ କରାଯାଇ ଗିରଫକାରୀଙ୍କୁ କୋର୍ଟଚାଲାଣ କରାଯାଇଛି । ଲକ୍ ଡାଉନ୍ ପରେ ସବୁ ମଦ ଦୋକାନକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କିଛି ବ୍ୟବସାୟୀ ଲୁଚା ଛପାରେ ମଦ ବ୍ୟବସାୟ କରୁଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here