ଅଗ୍ନିଶମ ବାହିନୀ ସହଯୋଗରେ ସହର ବିଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ

0
398

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଲକ୍ ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ବ୍ରହ୍ମପୁର ବିଇଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋଡ଼ଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ପରିବା ବଜାର,ଗ୍ରୋସେରୀ ବଜାର ଇତ୍ୟାଦି ବ୍ୟବସାୟୀକ ସ୍ଥଳ, ରାସ୍ତାଘାଟ, ଚିକିତ୍ସାଳୟ ଓ ଅତ୍ୟାବଶ୍ୟକୀୟ ସ୍ଥଳକୁ ବିଶୁଦ୍ଧ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଗ୍ନିଶମ ବାହିନୀ ଓ ବିଇଏମ୍ସି କର୍ମଚାରୀଙ୍କ ସହଯୋଗରେ ଏବଂ ଅଗ୍ନିଶମ ବିଭାଗର ୨ଟି ଗାଡି ସହାୟତାରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ବିଶୁଦ୍ଧିକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସିଟି ହସ୍ପିଟାଲ, ବଡ ମେଡିକାଲ୍,ଦେଶୀବେହେରା ସାହି, ପେଦ୍ରିଗାଡିଆ ବଜାର, ଗେଟ୍ବଜାର ଭେଣ୍ଡିଂ ଜୋନ୍,ମର୍ଦ୍ଦରାଜପୁର ଭେଣ୍ଡିଂଜୋନ୍ ଅଞ୍ଚଳରେ ବିଶୁଦ୍ଧିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଏହି ବିଶୋଧନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ସହକାରୀ ଅଗ୍ନିଶମ ଅଧିକାରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ,୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଛି । ଏହି କେମିକାଲ୍ ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିରୁ ୧୫୦ଲିଟର ଅଣାଯାଇଛି । ଆସନ୍ତା ଦିନରେ ଅଗ୍ନିଶମ ବିଭାଗର ଅଧିକ ଗାଡି ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ । ନିଗମର ଏଭଳି ନିଷ୍ପତ୍ତିକୁ ସହରବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here