ବିଜେପି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଜାରି

0
494

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମଣ୍ଡଳ ସ୍ତରୀୟ ବିଜେପି ପକ୍ଷରୁ  ମାସ୍କ ବଣ୍ଟନ ଓ କୋଭିଡ-19 ବିଷୟରେ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି l ବିଜେପି ସଂଗଠକ ଅରୁଣ କୁମାର ପଣ୍ଡା, ପଦ୍ମଚରଣ ସାହୁଙ୍କ ତତ୍ତ୍ୱାବଧାନରେ ପୂର୍ବତନ ସଭାପତି ସତ୍ୟବାଦୀ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଚନ୍ଦ୍ର ଜେନା, ପୂର୍ବତନ ଉପସଭାପତି ରାମକୃଷ୍ଣ ଜେନା, ପୂର୍ବତନ ଯୁବମୋର୍ଚା ସମ୍ପାଦକ  ସୁଶାନ୍ତ କୁମାର ଜେନା ଏବଂ ଜୟଦେବ ନାୟକ ସମେତ ବିଜେପି କର୍ମୀ ମାନେ ଚନ୍ଦନପୁର ଓ ବଡ ଖଇରିଖମା ପଞ୍ଚାୟତର  ସିଙ୍ଗିଡାପଲ୍ଲୀ, କଳାମାଟିଆ ଓ ପଳାସପଲ୍ଲୀ ଗ୍ରାମରେ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ଭାଇରସ ସମ୍ବନ୍ଧରେ ସଚେତନ କରିଥିଲେ l  

LEAVE A REPLY

Please enter your comment!
Please enter your name here