ଲଙ୍ଗଳେଶ୍ୱର ଠାରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

0
439

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) କରୋନା ଚେନରେ ବ୍ରେକ ଦେବା ପାଇଁ ରାଜ୍ୟ ସରକାର ଲକ ଡାଉନ, ସଟଡାଉନ କଟକଣା ଜାରି କରିଥିବା ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ମଦ କଳାବଜାରୀ କରୁଥିବା ଦେଖିବାକୁ ମିଳିଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଘରେ ବିପୁଳ ପରିମାଣର ବିଦେଶୀ ମଦ ଗଚ୍ଛିତ ଥିବା ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରା ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ଲଂଗଲେଶ୍ୱର ଉକ୍ତ ଘରେ ଚଢ଼ାଉ କରି ସେଠାରେ ଥିବା ୨୪୦ ବୋତଲ ବିୟର ଓ ୭୮ ବୋତଲ ବିଦେଶୀ ମଦ ଜବତ କରାଯିବା ସହ ନରେନ୍ଦ୍ର ସାହୁ ନାମକ ଜଣେ ଯୁବକ ଙ୍କୁ ଗିରଫ କରାଯାଇଛି ।ଲକ ଡାଉନ, ସଟ ଡାଉନ ର ସୁଯୋଗ ନେଇ ଘରେ ଏତେ ସଂଖ୍ୟକ ରଖିଥିବା ବିଦେଶୀ ମଦ କେଉଁଠୁ ଆଣୁଥିଲେ ତାହା ଜଣାପଡି ନାହିଁ ।ଜବତ ବିଦେଶୀ ମଦ ର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢ଼ାଉ ରେ ଛତ୍ରପୁର ସଦର ନିରୀକ୍ଷିକା ଦୀପ୍ତିମୟୀ ସାହୁ, ଭ୍ରାମ୍ୟମାଣ ଉପନିରୀକ୍ଷକ ଦୁର୍ଯ୍ୟୋଧନ ଦିଗଲ, ଖଲ୍ଲିକୋଟ ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପାତ୍ର, ଏ ଏସ ଆଇ ଜି. କାମେଶ୍ୱର, ଅବକାରୀ କର୍ମଚାରୀ ଦେବାଶିଷ ମହାପାତ୍ର, ଅଞ୍ଜନ କୁମାର ଦାସ, ସନ୍ତୋଷ କୁମାର ପାଢୀ, ସୁଜିତ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାମନ୍ତ ଓ ଅନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here