ନବରଙ୍ଗପୁର ଜିଲ୍ଲା ରାଇଘର ରୁ ବନ ବିଭାଗ ଦ୍ବାରା ବାଘ ଚମଡା ଜବତ

0
362

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ ଦ୍ୱାରା ବାଘ ଚମଡ଼ା ଜବତ କରିଛନ୍ତି । ଘଟଣାସ୍ଥଳରୁ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧୁକାରୀଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ରାଇଘର ରେଞ୍ଜର୍ ସୁକୁରାମ ଦୁଖୁଙ୍କ ନେତୃତ୍ବରେ ରାଇଘର ବନ ବିଭାଗ କର୍ମଚାରୀ ଏବଂ ସ୍ଵାର୍ଡ ସହ ଉମରକୋଟ ବନ ବିଭାଗ କର୍ମଚାରୀ ମିଳିତ ଉଦ୍ୟମରେ ଗୋଟିଏ ବାଘ ଚମଡ଼ା ଜବତ କରିବାରେ ସଫଳ ହୋଇଛି । ଦୀର୍ଘ ଏକ ମାସ ଧରି ଏକ ସୂଚନା କୁ ଅନୁଧ୍ୟାନ କରି ବନ ବିଭାଗ ଯୋଜନା ପ୍ରସ୍ତୁତ କରି ସମସ୍ତ ଗତିବିଧ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲା । ମଙ୍ଗଳବାରଦିନ ଉକ୍ତ ବାଘ ଚମଡାକୁ କିଛି ବ୍ୟବସାୟୀ କିଣା ବିକାକରିବାକୁ ବିରପୁର ଗ୍ରାମ୍ୟ ଜଙ୍ଗଲ ନିକଟରେ ଆସି ପହଞ୍ଚିଥିଲେ । ଖବର ପାଇବା ପରେ ଗୋଟିଏ ସ୍ଵାଡ୍ ଟିମକୁ ନେଇ ଘଟଣା ସ୍ଥଳରେ ଅତର୍କିତ ଚଢାଉ କରାଯାଇଥିଲା । ଫଳରେ ବେପାରୀ ମାନେ ବାଘ ଚମଡ଼ା ଥିବା ବ୍ୟାଗଟିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ରାତିରେ ପ୍ରବଳ ବର୍ଷା ଯୋଗୁଁ ଚୋର ମାନଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ଏହା ପରେ ଉକ୍ତ ବାଘ ଚମଡାକୁ ଆଣି ତାର ଲମ୍ବ ଅସାର ମପାଗଲା । ଏ ସମ୍ପର୍କରେ ରାଇଘର ବନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ୟୁଡି କେଶ୍ ନମ୍ବର ୨୧ / ୨୧ – ୨୨ ରେ ମାମଲା ରୁଜୁ ହୋଇଛି । ଉକ୍ତ ଚଢ଼ଉରେ ଫରେଷ୍ଟର ବିପିନ୍ ହରିଜନ , ବନରକ୍ଷୀ ଭୁବନେଶ୍ବର ପୁଜାରୀ ସହ ଉମରକୋଟ , ରାଇଘର ବନ ବିଭାଗ କର୍ମଚାରୀ ସହ ସ୍ୱତନ୍ତ୍ର ସ୍ବାଡ୍ ଟିମ ସାମିଲ ହୋଇଥିଲେ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here