ଆରମ୍ଭ ହେଲା ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ

0
382

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଛି ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ରକ୍ତ ଦାନ ଶିବିର ।
ବ୍ରହ୍ମପୁର ସବୁଜ ବାହିନୀ,ଆଞ୍ଚଳିକ ବିକାଶ ପରିଷଦ, ମାରଓ୍ବାଡି ମହିଳା ସମିତିର ମିଳିତ ସହଯୋଗରେ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଶିବିର ରେ ସମୁଦାୟ ୧୦ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ସେଥିମଧ୍ୟରୁ ସୋନୁ ମନ୍ନା ପ୍ରଥମ ଥର ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ରକ୍ତ ଭଣ୍ଡାର ର ଡା.ରଶ୍ମିତା ପାଣିଗ୍ରାହୀ ଓ ସସ୍ମିତା ବେହେରା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଂପାଦକ ଏମ.ଦିଲ୍ଲୀପ କୁମାର, ସନିଆ ଗୈ।ଡ,ବିଷ୍ଣୁ ପ୍ରସାଦ ଦାସ,ସତ୍ୟ ନାରାୟଣ ଦାସ, ଏ .ପ୍ରକାଶ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସ କୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି

LEAVE A REPLY

Please enter your comment!
Please enter your name here