ଝରୀଗାଁ ବନବିଭାଗ ଦ୍ୱାରା ଉଦ୍ଧାର ହେଲା ୧୭ କିଲୋଗ୍ରାମ ଓଜନ ବିଶିଷ୍ଠ ଗୋଟିଏ ବୋଡା ସାପ ଯାହାର ଲମ୍ବା ପ୍ରାୟ ସlତ ଫୁଟ

0
256

ଝରୀଗାଁ : ଚକଲାପଦର ଗ୍ରାମପଂଚାୟତ ଅନ୍ତର୍ଗତ ଡକରିକୋଟ ଗ୍ରାମର ମହେଶ୍ୱର ଗୌଡ଼ ଙ୍କ ମକା ବାଡ଼ରୁ ଉଦ୍ଧାର କରାଯାଇଥିଲା ଏହି ସାତଫୁଟ ଲମ୍ବା ସାପଟିକୁ l ସୂଚନାନୁଯାଇ, ଭରକିଭଟା ଗ୍ରାମର ଲୋକେ ମକା ଗଛରେ ସାର ଦେବାଲାଗି ଡକରିକୋଟ ଗ୍ରାମକୁ ଯାଇଥିଲେ l ମକା ଗଛରେ ସାର ଦେଉଥିବା ଅବସ୍ଥାରେ ସାପଟିକୁ ଜମି ଭିତରେ ଥିବା ଦେଖି ସମସ୍ତେ ବିଚଳିତ ହୋଇପଡିଥିଲେ l ସେହି ଡକରିକୋଟ ଗ୍ରାମର ଥବିରପୂଜାରୀ ବନକର୍ମଚାରିଙ୍କୁ ଖବର ଦେଇଥିଲେ l ବନକର୍ମଚାରି ଫରେଷ୍ଟର ଚକ୍ରଧ୍ୱଜ ଲମତା ଙ୍କ ତତ୍ୱାବଧାନରେ ପାରା ଫୋରେଷ୍ଟର ଗଣପତି ଭତରା, ନର୍ସରୀ ଜଗୁଆଳି ସୁକାଦlଶ ଗୌଡ଼ ଏବଂ ଫୋରେଷ୍ଟ ଗାର୍ଡ ନଗେନ୍ଦ୍ରନାଥ ପୂଜାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ଏବଂ ଝରୀଗାଁ ବନାଞ୍ଚଳ ଅଧିକାରୀ ତଥା ରେଞ୍ଜର ଶ୍ରୀ ମୁକୁନ୍ଦ ଦିଶାରୀ ଙ୍କ ନିର୍ଧେଶ କ୍ରମେ ଅପରାହ୍ନ ସମୟରେ ପାନାବେଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ଛାଡ଼ି ଦେବା ନେଇଁ ଫୋରେଷ୍ଟର ଶ୍ରୀ ଲମତା ସୂଚନା ଦେଇଥିଲେ l

ରିପୋର୍ଟ :ବାଲା କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here