ବି.ପି.ୟୁ.ଟି ସ୍ଟୁଡେଣ୍ଟ ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା ସଭା

0
564

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଅଲ ଓଡିଶା ବି.ପି.ୟୁ.ଟି ସ୍ଟୁଡେଣ୍ଟ ଆସୋସିଏସନ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଶ୍ରୀ ସାଇଦତ୍ତ ନନ୍ଦ ଯୋଗ ଦେଇଥିଲେ |ସମାଜରେ ମହାମାରୀ ରୂପେ ବ୍ୟାପିଥିବା ବେକାରୀ ସମସ୍ୟାର କିପରି ସମାଧାନ କରି ହେବ ସେ ବିଷୟରେ ଆଲୋଚନା କରିଥିଲେ | ସମ୍ମାନିତ ଅଥିତି ଶ୍ରୀ ପୁର୍ଣ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ଦକ୍ଷିଣ ଓଡିଶାର ବହୁ ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀ କର୍ମ ନିଯୁକ୍ତି ପାଇଥିବା ବେଳେ ଏହି ପ୍ରକ୍ରିୟା କିଭଳି ଆଗକୁ ମଧ୍ୟ ତ୍ୱରାନ୍ୱିତ ହେବ ସେ ବିଷୟରେ ଉପଦେଷ୍ଟା ଶ୍ରୀ ଅମିତ କୁମାରତ୍ରିପାଠୀଙ୍କ ସହିତ ଆଲୋଚନା କରିଥିଲେ |ଆଲୋଚନାଟି ଅନେକାଂଶରେ ସଫଳ ହୋଇଥିବା ସୂଚନା ଦେଇଛନ୍ତି ପୂର୍ବତନ ସଭାପତି ଶ୍ରୀ ସତ୍ୟନାରାୟଣ କୋଠିଆ ,ଉପଦେଷ୍ଟା ଶ୍ରୀ ଅମିତା କୁମାର ତ୍ରିପାଠୀ ଧନ୍ୟବାଦ ଭାଷଣ ଦେବା ସହିତ ଶ୍ରୀ ସାଇ ଦତ୍ତ ନନ୍ଦଙ୍କୁ ନୂତନ ବର୍ଷରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here