ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

0
389

ଭୁବନେଶ୍ଵର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ଘଟିଛି। ସଂକ୍ରମିତ ଯୁବକଙ୍କ ଘର ଭଦ୍ରକ। ତାଙ୍କ ବୟସ ୨୯ ବର୍ଷ। ୧୮ ମାର୍ଚ୍ଚ ରେ ସେ ବିମାନରେ ଦୁବାଇରୁ କୋଲକତା ଆସିଥିଲେ । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ୍ଥିଲେ। ସମସ୍ତେ ଭୁବନେଶ୍ଵରର ବାସିନ୍ଦା ଥିଲେ। ଏବେ ଚତୁର୍ଥ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ଚତୁର୍ଥ ସଂକ୍ରମିତ କାହା ସଂସ୍ପର୍ଶରେ ଆସିଛନ୍ତି ତାର ଯାଞ୍ଚ ଆରମ୍ଭ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here